ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କାର୍ୟ୍ୟାଳୟ ପରିସରରେ ଘଟିଛି ଏକ ଅଭାବନୀୟ ଘଟଣା । ଏଠାରେ ଥିବା ଏକ ବାଇକର ଡିକି ଭାଙ୍ଗି ଦୁର୍ବୃତ୍ତ ୫୪ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି। ଏ ନେଇ ଥାନାରେ ଅଭିଯୋଗ ହୋଇଛି । ଲୁଟର ଶିକାର ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ଛେଣ୍ତିପଦା ଥାନା ଗୁଳାଗାଡିଆ ଗ୍ରାମର ସରତ ସାହୁ । ସରତ ସ୍ଥାନୀୟ ବ୍ୟାଙ୍କରୁ ୮୪ ହଜାର ଟଙ୍କା ଉଠାଇ ଛେଣ୍ତିପଦା ବ୍ଲକ ଅଫିସକୁ ଯାଇଥିଲେ । ସେଠାରେ ସେ ୩୦ହଜାର ଟଙ୍କା ଜଣଙ୍କୁ ଦେବା ପରେ ବାକି ୫୪ ହଜାର ଟଙ୍କା ବାଇକ ଡିକିରେ ରଖି କଥା ହେଉଥିଲେ । ଏହି ସମୟରେ କେହି ଗାଡି ଡିକି ଭାଙ୍ଗି ୫୪ ହଜାର ଟଙ୍କା ଲୁଟି ନେବା ସହିତ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲା । ଏ ସଂକ୍ରାନ୍ତରେ ସରତଙ୍କ ପକ୍ଷରୁ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ଅନୁସନ୍ଧାନ ଚଳାଇଥିବା ଥାନା ବକ୍ଷରର କୁହାଯାଉଛି ।