ବର୍ଷାରେ ବେହାଲ ବାଲେଶ୍ବର ସହର

ବର୍ଷାରେ ବାଲେଶ୍ବର ସହର ବେହାଲ । ସହରର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ରୁ ଛାତିଏ ଉଚ୍ଚର ପାଣି ଚାଲିବା ଯୋଗୁଁ ଜନଜୀବନ ସଂପୂର୍ଣ୍ଣ ରୂପେ ବ୍ୟାହତ ହୋଇଛି ।

(ବାଲେଶ୍ଵର) : ବର୍ଷାରେ ବାଲେଶ୍ବର ସହର ବେହାଲ । ସହରର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ରୁ ଛାତିଏ ଉଚ୍ଚର ପାଣି ଚାଲିବା ଯୋଗୁଁ ଜନଜୀବନ ସଂପୂର୍ଣ୍ଣ ରୂପେ ବ୍ୟାହତ ହୋଇଛି । ଜଳନିଷ୍କାସନ ପାଇଁ ଅଗ୍ନୀଶମ ବାହୀନି ନିୟୋଜିତ ହୋଇଛନ୍ତି ।

ସୂଚନାନୁଯାୟୀ , ପମ୍ପ ସେଟ୍ ବ୍ୟବହାର କରି ଅଗ୍ନିଶମ ବିଭାଗ ଜଳନିଷ୍କାସନ କରିଥିଲା । ସେହିପରି ବାଲେଶ୍ବର ଡାକ୍ତରଖାନାରେ ମଧ୍ୟ ଡ୍ରେନେଜ ବ୍ୟବସ୍ଥା ଠିକ୍ ନ ଥିବାରୁ ସେଠାରେ ମଧ୍ୟ ଜଳନିଷ୍କାସନ ହୋଇନପାରି ପାଣି ଜମି ରହିଥିଲା । ଏହା ସହିତ ସହରର ତଳିଆ ଅଞ୍ଚଳରେ ମଧ୍ୟ ପାଣି ଚାଲୁଛି ।