କଲମ୍ବୋ(ରିପୋର୍ଟର୍ସ ଟୁଡେ): ଆଜିଠୁ ଆରମ୍ଭ ହୋଇଛି ଭାରତ ଶ୍ରୀଲଙ୍କା ପ୍ରଥମ ଟି-ଟ୍ଵେଣ୍ଟି ସିରିଜ। ଏହି ସିରିଜର ପ୍ରଥମ ମ୍ୟାଚରେ ଘରୋଇ ଟିମ୍ ଶ୍ରୀଲଙ୍କା ଟସ ଜିତି ବୋଲିଂର ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଙ୍ଗ ପାଇଁ ଭାରତକୁ ଆମନ୍ତ୍ରିତ କରିଛି ସିଂହଳି ଦଳ। ଏହି ମ୍ୟାଚରେ ଭାରତୀୟ ଦଳରେ ଦୁଇଟି ନୂଆ ଚେହେରା ଦେଖିବାକୁ ମିଳିବ। ଯୁବ ଓପନର ପୃଥ୍ବୀ ଶ ଏବଂ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା ବରୁଣ ଚକ୍ରବର୍ତ୍ତୀ ଏହି ମ୍ୟାଚରେ ଡେବ୍ୟୁ କରିଛନ୍ତି। ଦିନିକିଆ ସିରିଜକୁ ୨-୧ରେ ଜିତିଥିବା ଶିଖର ସେନା ଟି-୨୦ ସିରିଜକୁ ଜିତି ଜିତିବାର ଲକ୍ଷ୍ୟ ରଖିବ। ସେପଟେ ଦିନିକିଆ ସିରିଜରେ ନିଜ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ସିଂହଳି ଦଳ।