ମାଲକାନଗିରି/ସୂଯ୍ୟକାନ୍ତ ବେହେରା: କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ଭାଗରେ ଥିବା ଯାତ୍ରୀ ପ୍ରତିକ୍ଷାଳୟ ଓ ଲୋକଙ୍କ ସହାୟତା ନିମନ୍ତେ ନିକଟ ଅତୀତରେ ଏଟିଏମ ଲୋକାର୍ପିତ ହୋଇଥିଲା । କିନ୍ତୁ ଏହି ଏଟଏମ ପରିସରରେ ଦୁର୍ଗନ୍ଧ ହେଉଛି । କାହିଁକି ନାଁ ପାଖରେ ଥିବା ଯାତ୍ରୀନିବାସରେ ରହିଥିବା ଲୋକ ଅଳିଆ ଆବର୍ଜନାକୁ ଡଷ୍ଟବିନରେ ନପକାଇ ଏଟିଏମ ପାଖରେ ପକାଇ ଦେଉଛନ୍ତି । ଫଳରେ ପରିବେସ ଦୁର୍ଗନ୍ଧମୟ ହେଉଛି ।
ସୂଚନାଥାଉ କି, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, କୁଡୁମୁଲୁଗୁମ୍ମାକୁ ପ୍ରତିଦିନ ଶହ ଶହ ରୋଗୀ ଆସିଥାନ୍ତି । ପଞ୍ଚାୟତ କର୍ମକର୍ତ୍ତାଙ୍କ ସହ ଅନେକ ସରକାରୀ ପଦାଧିକାରୀ ଏଇ ବାଟ ଦେଇ ଚଳା ଚଳ କରୁଥିଲେ ମଧ୍ୟ ଏହି ଦୁର୍ଗନ୍ଧକୁ ଅଣଦେଖା କରୁଥିଲେ । କୁଡୁମୁଲୁଗୁମ୍ମା ଗ୍ରାମର ଜଣାଶୁଣା ସାମାଜିକ କର୍ମୀ ଭଗବାନ ସାହୁ, ରାଷ୍ଟ୍ରଦୀପର ପ୍ରତିନିଧି ଯୁଗଳ କିଶୋର ସ୍ୱାଇଁ ଓ ଯୁବ କର୍ମକର୍ତ୍ତା ଅଶୋକ କୁମାର ଆଦ୍ୟ ଉକ୍ତ ପରିସରକୁ ସଫା କରିଥିଲେ । ଏମାନେ ନଳକୂପରୁ ପାଣି ଆଣି ବ୍ଲିଚିଂ ପାଉଡର ପକାଇ ଝାଡୁ ଦ୍ୱାରା ସମଗ୍ର ପରିବେଶକୁ ସଫା କରିଥିଲେ । ପାଖରେ ପଡିଥିବା ପ୍ଲାଷ୍ଟିକ ଆବର୍ଜନାକୁ ଡଷ୍ଟବିନ୍ ପକାଇ ଯାତ୍ରୀ ପ୍ରତିକ୍ଷାଳୟ ଓ ଏଟିଏମ୍ ପରିସରକୁ ସଫା କରିଥିଲେ । ପଞ୍ଚାୟତ କାର୍ୟ୍ୟାଳୟ ଓ ଜଳ ପରିମଳ ବିଭାଗର ଦାୟିତ୍ୱ ହେଲେ ମଧ୍ୟ ଉପରୋକ୍ତ ସମାଜସେବୀ ମାନେ ଗାଁ ଓ ସମାଜ ପ୍ରତି ନିଜର କର୍ତ୍ତବ୍ୟ ଓ ଉତ୍ତର ଦାୟିତ୍ୱର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । କୁଡୁମୁଲୁଗୁମ୍ମାର ସମସ୍ତ ଯୁବକ ବଂଧୁ ଏବଂ ଗ୍ରାମବାସୀଙ୍କ ତରଫରୁ ଭଗବାନ ଭାଇ, ଯୁଗଳ ଭାଇ ଓ ଅଶୋକ ଭାଇଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।