ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ôଚତ ଅନେକ ହିତାଧିକାରୀ

କଳାହାଣ୍ଡି/ଗୋଲାପ ସାହୁ: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରତି ବର୍ଷ କୋଟି କୋଟି ଟଙ୍କାର ଯୋଜନା କାର୍ୟ୍ୟକାରୀ କରାଯାଉଛି।କିନ୍ତୁ ବିଧିବଦ୍ଧ ବିଜ୍ଞପ୍ତି ଓ ପ୍ରଚାର ପ୍ରସାର ଅଭାଵ ଜଗୁ ଅନେକ ଯୋଗ୍ୟ ହିତାଧିକାରୀ ଭତ୍ତାରୁ ବଞ୍ôଚତ ହେଉଛନ୍ତି। ସରକାରୀ ସ୍ତରରେ ବର୍ତ୍ତମାନ ଯୋଗ୍ୟ ହିତାଧିକାରୀ ମାନଙ୍କୁ ମାସକୁ ୫୦୦ ଟଙ୍କା ଓ ୮୦ବର୍ଷୀୟ ଙ୍କ ପାଇଁ ୭୦୦ଟଙ୍କା ପ୍ରଦାନ କରାଯାଇଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଖାଲିଅଭଟା ଗ୍ରାମପଞ୍ଚାୟତ ପାଇକବାହାଲ ଗ୍ରାମର ଅନେକ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି।।ବୃଦ୍ଧାବୃଦ୍ଧ, ବିଧବା,ଓ ଭିନ୍ନକ୍ଷମ ଲୋକେ ଭତ୍ତା ଟିଏ ପାଇଁ ଆଶା ବାନ୍ଧିଥିବା ବେଳେ ମାସ ମାସ ଅପେକ୍ଷା କରିବାକୁ ପଡୁଛି କିଛି । ରଣମାଲ, ହୀରାପୁର, ଖାଲିଆଭଟା ଭଳି ଅନେକ ଗ୍ରାମ ପଞ୍ଚାୟତ ରେ ଯୋଗ୍ୟ ହିତାଧିକାରୀ ଯୋଜନା ରୁ ବଂଚିତ ଅଛନ୍ତି।।ବିଗତ ଦିନରେ ବ୍ଲକ ରେ ୬୦୨ ଜଣ ଙ୍କୁ ଭତ୍ତା ମିଳିଛି।ତଥା ୧୫,୫୭୧ ଜଣ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ଅଛନ୍ତି। ଏ ନେଇ ସମାଜିକ ମଙ୍ଗଳ ଅଧିକାରୀ କୌଶଲ୍ୟା ମାଝୀଙ୍କୁ ପଚାରିବାରୁ ସେ ଏଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।।