୬-୧୨ ବର୍ଷୀୟ ପିଲାଙ୍କୁ ଦିଆଗଲା କୋଭାକ୍ସିନ୍‌ ଟିକାର ଦ୍ୱିତୀୟ ଡୋଜ

କରୋନା ମହାମାରୀର ତୃତୀୟ ଲହର ଆସିବା ଆଶଙ୍କାରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଜୋରଦାର ପ୍ରସ୍ତୁତିରେ ଲାଗିଛନ୍ତି । ଏଭଳି ସ୍ଥିତିରେ ଦିଲ୍ଲୀ ଏମ୍‌ସରେ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଟିକାକୁ ନେଇ ପରୀକ୍ଷା ଜାରି ରହିଛି । ପୂର୍ବରୁ ୬ରୁ ୧୨ ବର୍ଷର ପିଲାଙ୍କୁ କୋଭାକ୍ସିନ୍‌ ଟିକାର ପ୍ରଥମ ଡୋଜ୍‌ ଦିଆଯାଇଥିଲା ।

(ଦିଲ୍ଲୀ) : କରୋନା ମହାମାରୀର ତୃତୀୟ ଲହର ଆସିବା ଆଶଙ୍କାରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଜୋରଦାର ପ୍ରସ୍ତୁତିରେ ଲାଗିଛନ୍ତି । ଏଭଳି ସ୍ଥିତିରେ ଦିଲ୍ଲୀ ଏମ୍‌ସରେ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଟିକାକୁ ନେଇ ପରୀକ୍ଷା ଜାରି ରହିଛି । ପୂର୍ବରୁ ୬ରୁ ୧୨ ବର୍ଷର ପିଲାଙ୍କୁ କୋଭାକ୍ସିନ୍‌ ଟିକାର ପ୍ରଥମ ଡୋଜ୍‌ ଦିଆଯାଇଥିଲା । ଟ୍ରାଏଲ୍‌ରେ ସାମିଲ ହୋଇଥିବା ଏହି ବୟସର ପିଲାଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି । ଆଗାମୀ ସପ୍ତାହରେ ୨ରୁ ୬ ବର୍ଷ ପିଲାଙ୍କୁ ମଧ୍ୟ ଦ୍ୱିତୀୟ ଡୋଜ୍‌ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।

ସୂଚନାନୁଯାୟୀ , କୋଭାକ୍ସିନ୍‌ ଟିକା ପ୍ରସ୍ତୁତ କରିଥିବା ଭାରତ ବାୟୋଟେକ୍‌ ଜୁଲାଇ ଶେଷ ସୁଦ୍ଧା ପରୀକ୍ଷାର ଅନ୍ତରୀଣ ଫଳାଫଳ ରିପୋର୍ଟ ଜାରି ହେବା ନେଇ ଆଶାବ୍ୟକ୍ତ କରିଛି । ସବ୍‌ଜେକ୍ଟ ଏକ୍ସପର୍ଟ କମିଟି ତୃତୀୟ ଲହର ନେଇ ଚେତାବନୀ ଦେବା ପରେ ପିଲାଙ୍କ ଉପରେ କୋଭାକ୍ସିନ୍‌ ଟିକାର ପରୀକ୍ଷା ପାଇଁ ସୁପାରିସ କରାଯାଇଥିଲା । ଏହାକୁ ଗ୍ରହଣ କରି ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ମଞ୍ଜୁରି ପ୍ରଦାନ କରିଥିଲା । ଏହାପରେ ଭାରତ ବାୟୋଟେକ୍‌ ଜୁନ୍‌ରେ ହିଁ ପିଲାଙ୍କ ଉପରେ ଟିକା ପ୍ରୟୋଗ ଆରମ୍ଭ କରିଥିଲା ।