ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ଆଗକୁ ପାଖେଇ ଆସୁଛି ବିଧାନସଭା ନିର୍ବାଚନ ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଗୁରୁବାର ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି । ଏକ ଘଣ୍ଟା ଧରି ଏକ ବୈଠକ ହୋଇଥିଲା । ଉକ୍ତ ବୈଠକରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ । ବିଶେଷ ସୁତ୍ରରୁ ପ୍ରକାଶ ପାଉଛିକି ଏଥର କମଲନାଥଙ୍କୁ ଦଳର ଅଧ୍ୟକ୍ଷ କରାଯାଇପାରେ । କଂଗ୍ରେସରୁ ଅହମ୍ମଦ ପଟେଲ ଯିବା ପରେ କମଲନାଥ ଗୁରୁ ଦାୟିତ୍ୱ ବହନ କରିପାରନ୍ତି । ଦୁଇ ଦିନ ପୂର୍ବରୁ ରାଜନୀତିର ଚାଣକ୍ୟ କୁହାଯାଉତିବା ପ୍ରଶାନ୍ତ କିଶୋର ରାହୁଲ ଗାନ୍ଧୀଙ୍କୁ ଭେଟିବା ପଛରେ କମଲନାଥଙ୍କର ମୁଖ୍ୟ ଭୂମିକା ରହିଛି ବୋଲି କୁହା ଯାଇଛି ।