(ରିପୋର୍ଟସ ଟୁଡ଼େ) ଆବଶ୍ୟକୀୟ ସାମଗ୍ରୀ:କଟା ସାରୁ,ହଳଦୀଗୁଣ୍ଡ,ରିଫାଇନ ତେଲ,ପୋଟଳ ପତ୍ର ବଟା ,ସୋରିଷ,ଜୀରା,ଅଦା ବଟା, ସ୍ୱାଦ ଅନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପୋଟଳ ପତ୍ରକୁ ଧୋଇ ସେଥିରେ ଜୀରା, ହଳଦୀଗୁଣ୍ଡ, ଶୁଖିଲା ଲଙ୍କା ପକେଇ ବାଟି ରଖନ୍ତୁ। କରେଇରେ ତେଲ ଗରମ କରି ପୋଟଳପତ୍ର ବଟାକୁ ଭଲଭାବେ କଷି ଦିଅନ୍ତୁ। ଆଉ ଗୋଟେ କରେଇରେ ତେଲ ଗରମ କରି ଫୁଟଣ ଫୁଟାନ୍ତୁ। ଫୁଟଣ ଫୁଟିବା ପରେ ଅଦା ସୋରିଷ ଜୀରା ଶୁଖିଲାଲଙ୍କା ବଟା, ଲୁଣ ଓ ହଳଦୀଗୁଣ୍ଡ ପକେଇ କଷନ୍ତୁ। ମସଲା କଷି ହୋଇଯିବା ପରେ କଟା ସାରୁ ଓ ଅଳ୍ପ ପାଣି ଦେଇ ଘୋଡ଼ଣୀ ଘୋଡେ଼ଇ ଦିଅନ୍ତୁ। ସାରୁ ସିଝିବା ପରେ ପ୍ରସ୍ତୁତ ପୋଟଳ ପତ୍ର କଷା ଓ ଅଳ୍ପ ପାଣି ଦେଇ ଆଉଥରେ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ । ୪ରୁ୫ ମିନିଟ ପରେ ପ୍ରସ୍ତୁତ ହୋଇଯିବ ପୋଟଳ ପତ୍ର ସାରୁ ବେସର ।