ଚାଇନା ମୁତୟନ କରିଛି ଏସ-୪୦୦ ମିସାଇଲ, ଭାରତ ପାଇଁ ଚିନ୍ତା ବଢିଲା

ଭୂବେନେଶ୍ୱର(ରିପୋର୍ଟର୍ସ ଟୁଡେ): ଅରୁଣଆଚଳପ୍ରଦେଶ ସୀମାନ୍ତରେ ଚାଇନାର ପିପୁଲ୍ସ ଲିବରେସନ ଆର୍ମି ଏସ-୪୦୦ ମିସାଇଲ ମୁତୟନ କରିଛି । ଏହାକୁ ନେଇ ଭାରତରେ ଚିନ୍ତା ବଢିଯାଇଛି । ଗତବର୍ଷ ଭାରତ ଓ ଚାଇନା ମଧ୍ୟରେ ଲଦାଖରେ ସୀମା ବିବାଦ ଚରମ ସୀମାରେ ପହଞ୍ଚିଥିବା ବେଳେ ଲଦାଖ ଏବଂ ଅରୁଣାଞ୍ଚଳପ୍ରଦେଶର ଏଲଏସସିରେ ଚାଇନା ଏସ-୪୦୦ ବିମାନ ବିଧଂସୀ ମିସାଇଲ ମୁତୟନ କରିଛି । ଭାରତର ଚିଫ୍ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଜେନେରାଲ ବିପିନ ରାଓ୍ବତ ମଙ୍ଗଳବାର କହିଛନ୍ତି ଯେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ତେବେ ଚାଇନା ପଟୁ ଯେକୌଣସି ଆକ୍ରମଣର ମୁକାବିଲା କରିବାକୁ ଭାରତ ସମର୍ଥ ବୋଲି ଜେନେରାଲ ରାଓ୍ବାତ କହିଛନ୍ତି ।