ଆଇପିଏସ ଏବଂ ଓପିଏସ ସ୍ତରରେ ବଡ ଅଦଳବଦଳ

ଆଇପିଏସ ଏବଂ ଓପିଏସ ସ୍ତରରେ ବଡ ଅଦଳ ବଦଳ । ଏନେଇ ଆଜି ବିଜ୍ଞପ୍ତି ଜାରି କରିଛି ଗୃହ ବିଭାଗ । ଆଇପିଏସ ସୁଶାନ୍ତ କୁମାର ନାଥଙ୍କୁ ମିଳିଲା ଗୃହ ବିଭାଗର ଓଏସଡି ଦାୟିତ୍ୱ । ସେ ପୂର୍ବରୁ ଓଡିଶାର ଜେଲ ଓ ସଂଶୋଧନ ସେବାର ମହାନିଦେ୍ର୍ଦଶକ ଥିଲେ । ଡଃ ସନ୍ତୋଷ ବାଲାଙ୍କୁ ମିଳିଛି ଜେଲ ଓ ସଂଶୋଧନ ସେବା ଅତିରିକ୍ତ ଦାୟିତ୍ୱ । ସେ ପୂର୍ବରୁ ଏସଏଫଏସଏଲ ନିଦେ୍ର୍ଦଶକ ଥିଲେ । ସେହିପରି ଅମିତାଭ ଠାକୁରଙ୍କୁ ମିଳିଲା କଟକ ପରିବହନ କମିଶନର ଦାୟିତ୍ୱ । ରାଜେଶ କୁମାରଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ।

ଆଇପିଏସ ସାରା ଶର୍ମାଙ୍କୁ ଭିଜିଲାନ୍ସ ଡିଆଇଜି ଦାୟିତ୍ୱ । ରାଜ୍ୟ ପୋଲିସ ମୁଖ୍ୟାଳୟ ଏଆଇଜି ଭାବେ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ । ରାଜ୍ୟ ପୋଲିସ ମୁଖ୍ୟାଳୟର ଏସପି ଭାବେ ଅମୃତପାଲ ସିଂହଙ୍କୁ ଦାୟିତ୍ୱ । ପୂର୍ବରେ ସେ ନୂଆପଡା ଏସପି ଭାବେ କାର୍ଯ୍ୟରତ ଥିଲେ । ଖୋର୍ଦ୍ଧାର ଅତିରିକ୍ତ ଏସପି ସୋନାଲି ସିଂ ପରମାରଙ୍କୁ ଝାରସୁଗୁଡା ଏସପି ଦାୟିତ୍ୱ । କଟକ ରାଜ୍ୟ ପୋଲିସ ମୁଖ୍ୟାଳୟ ଏଆଇଜି ତପନ ନାରାୟଣ ରଥଙ୍କୁ ନୂଆପଡା ଏସପି ଭାବେ ଦାୟିତ୍ୱ ।