ଗଛରେ ଝୁଲୁଛି ବାଘ : ମାରି ଟାଙ୍ଗି ଦିଆଯାଇଥିବା ଅନୁମାନ

ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ତୁଟାସାହି ଗାଁରେ ଗଛ ଉପରେ ବାଘର ମୃତ ଦେହ ଝୁଲୁଥିବାର ଦେଖିବାକୁ ମିଳିଛି। ତେବେ ବାଘ ଦେଖି

(ବାଲେଶ୍ଵର) : ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ତୁଟାସାହି ଗାଁରେ ଗଛ ଉପରେ ବାଘର ମୃତ ଦେହ ଝୁଲୁଥିବାର ଦେଖିବାକୁ ମିଳିଛି। ତେବେ ବାଘ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ବାଘର ମୁହଁରେ କ୍ଷତ ହୋଇଥିବା ବେଳେ ତାକୁ ମାରି ଗଛରେ ଟାଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି। ତେବେ ଗଛ ଫାଙ୍କରେ ଚାପି ହୋଇ ବାଘଟି ମରିଥିବ ବୋଲି ବନ ବିଭାଗକୁ ଜଣାଇବା ପାଇଁ ଏଭଳି କରାଯାଇଥିବା କୁହାଯାଇଛି।

ଅନ୍ୟପକ୍ଷରେ ପାଖରେ କୂଳଡିହା ଅଭୟାରଣ୍ୟ ଥିବା ବେଳେ ସେହିଠାରୁ ବାଘଟି ଖାଦ୍ୟ ଅନ୍ୱେଷଣରେ ଆସିଥିବା ବେଳେ ଗଛ ଉପରକୁ ଯାଇ ଓହ୍ଲାଇବା ବେଳେ ଗଛ ଫାଙ୍କରେ ଚାପି ଶ୍ୱାସ ରୁଦ୍ଧ ହୋଇ ମରିଥିବା ଅନୁମାନ କରାଯାଉଛି। ବନବିଭାଗ ବାଘର ଶବକୁ ଗଛରୁ ଓଲ୍ହାଇବା ପରେ ତାହା କି ବାଘ ଜଣାପଡିବ ବୋଲି କୁହାଯାଇଛି।