ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକରେ ଦିନିକିଆ ଶୋକ ପ୍ରକାଶ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଗେହଲଟ

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ପରଲୋକ । ଗତକାଲି ବିଳମ୍ବିତ ରାତିରେ ଜଗନ୍ନାଥ ପାହାଡିଆଙ୍କ ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି ।

(ରାଜସ୍ଥାନ) : ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ପରଲୋକ । ଗତକାଲି ବିଳମ୍ବିତ ରାତିରେ ଜଗନ୍ନାଥ ପାହାଡିଆଙ୍କ ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି । ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ। ଶୋକ ଘୋଷଣା କରାଯାଇଥିବାରୁ ଆଜି(ଗୁରୁବାର) ରାଜ୍ୟର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ। ସେହିପରି ଜାତୀୟ ପତାକା ଅର୍ଦ୍ଧନମିତ ହେବ। ରାଜ୍ୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ ଘୋଷଣା କରିଛନ୍ତି। ଆଜି ଦିନ ୧୨ଟାରେ ରାଜସ୍ଥାନରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ।
ସୂଚନାନୁଯାୟୀ , ୧୯୮୦ରୁ ୧୯୮୧ ଯାଏ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିବା ଜଗନ୍ନାଥ ପାହାଡ଼ିଆ ହରିୟାଣା ଓ ବିହାରର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।