ମଦ ନ ପାଇ ପିଇଲେ ହୋମିଓପାଥିକ ଔଷଧ, ଚାଲିଗଲା ତିନି ଜୀବନ

ରାୟପୁର(ରିପୋର୍ଟର୍ସ ଟୁଡେ): ଛତିଶଗଡ଼ର ରାଜଧାନୀ ରାୟପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପିଇବାକୁ ମଦ ନପାଇ ହୋମିଓପାଥିକ ଔଷଧ ପିଇ ପ୍ରାଣ ହରାଇଛନ୍ତି ତିନି ଜଣ ଯୁବକ । ମୃତକ ତିନି ଜଣ ରାୟପୁର ପାଣ୍ଡାରି ଅଞ୍ଚଳର ମନୀଷ ବର୍ମା, ଦଲବୀର ସିଂ ପରମାର ଏବଂ ବଲବିନ୍ଦର ସିଂ ବୋଲି ଜଣା ପଡ଼ିଛି ।
ଗତ ୭ ତାରିଖରେ ମନୀଷଙ୍କର ତାଙ୍କ ଘରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଯୁବକ ଡକ୍ଟର ବି.ଆର. ଆମ୍ବେଦକର ମେମୋରିଆଲ ହସ୍ପିଟାଲରେ ପ୍ରାଣ ହରାଇଥିଲେ । ମନୀଷଙ୍କ ପୋଷ୍ଟମର୍ଟମ ପରେ ଏ ନେଇ ସ୍ପଷ୍ଟ କରିଛନ୍ତି ପୁଲିସ ଅଧିକାରୀ ଆର.କେ ମିଶ୍ର । ଏକାଦିନରେ ତିନି ଜଣଙ୍କ ମୃତ୍ୟୁ ହେବା ପରେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲା । ତେବେ ଶବ ବ୍ୟବଚ୍ଛେଦ ପରେ ସମସ୍ତଙ୍କ ମୃତ୍ୟୁର କାରଣ ହୋମିଓପାଥିକ ଔଷଧ ବୋଲି ସ୍ପଷ୍ଟ ହୋଇଛି । ମଦର ବିକଲ୍ପ ଭାବି ଏମାନେ ଏହି ଔଷଧକୁ ପିଇ ଦେଇଥିଲେ ଯାହା ଫଳରେ ଏମାନଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଆର.କେ ମିଶ୍ର ।
ତେବେ ଏହି ଘଟଣା ପୂର୍ବରୁ ମେ ୪ରୁ ୬ ତାରିଖରେ ବିଳାସପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଥିଲା । ଏଥିରେ ୯ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।