(ବାଲେଶ୍ବର): ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳରେ ଥିବା କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ କ୍ଷତ ବିକ୍ଷତ ଏକ ହରିଣ ଉଦ୍ଧାର ହୋଇଛି। ତାର ପେଟ ପାଖରେ ଏକ ଗଭୀର କ୍ଷତ ଲାଗିଥିବା ଦେଖାଯାଇଛି। ଶିକାରୀ ତୀର ମାରି କ୍ଷତ କରି ପକାଇଥିବା ଅନୁମାନ କରାଯାଉଛି। ଆହତ ହରିଣକୁ ଚିକିତ୍ସା କରାଯାଉଛି। ସୁସ୍ଥ ହେବା ପରେ ଅଭୟାରଣ୍ୟରେ ଛାଡି ଦିଆଯିବ ବୋଲି ବନବିଭାଗ କହିଛି ।
ସୂଚାନୁଯାୟୀ , ଆଜି ସକାଳେ ହରିଣ ଋଷିଆ ଅଂଚଳକୁ ଦୌଡ଼ି ଆସି ପାଖ ଝରଣା ପାଣିକୁ ପଶିଯାଇଥିଲା। ଅଖଣ୍ଡ ଶିକାର ପାଇଁ ବନ୍ୟଜନ୍ତୁଙ୍କ ଜୀବନ ବିପଦ ରହିଛି। ସେଥିପାଇ ବନବିଭାଗ ପୋଲିସ ସହ ମିଶି କଡା ପାଟ୍ରୋଲିଂ କରୁଛି।