(ମାଲକାନଗିରି ): ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ବିଛାଇଥିଲେ ଲ୍ୟାଣ୍ଡମାଇନ। କିନ୍ତୁ ଉପଯୁକ୍ତ ସମୟରେ ଯବାନମାନେ ଏହା ଜ୍ଞାତ ହୋଇ ଯାଇଥିଲେ । ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କରିଛନ୍ତି ବାଟାଲିୟନ ଦଳ । ୮ କେଜି ଆଇଇଡି ଯବାନ ଠାବ କରିଛନ୍ତି। ପରେ ଏହାକୁ ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି ଯବାନ।
ସୂଚନାନୁଯାୟୀ , ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଆଜି ୮୫ ବାଟାଲିୟନର ଯବାନ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବିଜାପୁର ଜିଲ୍ଲା ଛେରପାଲ୍ ଗ୍ରାମ ମୋଦିପାରା ଜଙ୍ଗଲରେ ଯବାନଙ୍କୁ ଟାର୍ଗେଟ କରି ନକ୍ସଲଙ୍କ ଦ୍ଵାରା ଖଞ୍ଜା ଯାଇଥିଲା ଲ୍ୟାଣ୍ଡମାଇନ।