ବାଜେଙ୍କ ଆଉ ଏକ ଦାମୀ ଗାଡି ଜବତ

ମୁମ୍ବାଇ: ମୁମ୍ବାଇର ପୂର୍ବତନ କ୍ରାଇମବ୍ରାଞ୍ଚ ଅଧିକାରୀ ସଚିନ ବାଜେଙ୍କ ଏକ ଦାମୀ କାର ସ୍ପୋର୍ଟସ୍ ୟୁଟିଲିଟିକୁ ଏନଆଇଏ ଜବତ କରିଛି । ଏହି କାରଟି ବାଜେଙ୍କ ନାରେ ପଞ୍ଜିକୃତ ହୋଇଛି । ବାଜେଙ୍କର ଏକ ସ୍ପୋର୍ଟସ୍ ୟୁଟିଲିଟି କାର ଥିବା ଜଣାପଡିବା ପରେ ଏନଆଇଏ ତଦନ୍ତ କରି ଏହାକୁ ନଭି ମୁମ୍ବାଇର କମୋଠ ଅଞ୍ଚଳରୁ ଜବତ କରିଛି । ଏହି ଗାଡିକୁ ବାଜେଙ୍କ କେହି ସହଯୋଗୀ ସେଠାରେ ଛାଡିଥିବା ଏନଆଇଏ ଅନୁମାନ କରୁଛି । ଏଜାବତ ବାଜେଙ୍କ ୮ଟି ଦାମୀ ଗାଡି ଜବତ କରିସାରିଛି ଏନଆଇଏ । ଏ ସମସ୍ତ ଗାଡିକୁ ବାଜେ ବ୍ୟବହାର କରୁଥିଲେ । ଏହା ପୂର୍ବରୁ ଏନଆଇଏ ବାଜେଙ୍କ ଉପସ୍ଥିତିରେ ମିଠି ନଦୀରୁ ବୁଡାଳିଙ୍କ ସହଯୋଗରେ ତାଙ୍କ ବହୁ କଳାକାରନାମାର ପ୍ରମାଣ ବାହାର କରିଥିଲା ।