(ଦୀପକ ମିଶ୍ର / ଉଦଳା): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଛାଞ୍ଚୁଣିଆ ଗ୍ରାମରେ ଜମିବାଡ଼ିକୁ କେନ୍ଦ୍ର କରି ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ସୂଚନା ଅନୁଯାଇ ,ସାବତ ଭାଇ ଏବଂ ପୁତୁରାକୁ ବିଭତ୍ସ ଭାବେ ହତ୍ୟା କଲା ଭାଇ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଛାଞ୍ଚୁଣିଆ ଗ୍ରାମର । ମୃତକ ଘନଶ୍ୟାମ ହେମ୍ବ୍ରମକୁ ଗତ ବୁଧବାର ଦିନ ଖଇରା ଥାନା ଅଞ୍ଚଳକୁ ସାବତ ଭାଇ ସୁଶୀଲ ହେମ୍ବ୍ରମ କାମ କରିବା ପାଇଁ ଡ଼ାକି ନେବା ପରେ ସେଠାରେ ତାଙ୍କୁ ଯୋଜନା ମୁତାବକ ହତ୍ୟା କରିବା ପରେ ଗତକାଲି ପୁତୁରା କୁଆଁର ହେମ୍ବ୍ରମକୁ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲକୁ ନେଇ ହତ୍ୟା କରିଥିଲା । ପରିବାର ଲୋକଙ୍କର ଅଭିଯୋଗ ପରେ ଅଭିଯୁକ୍ତ ସୁଶୀଲ ହେମ୍ବ୍ରମକୁ ଗିରଫ କଲା କପ୍ତିପଦା ଥାନା ପୋଲିସ । ଗ୍ରାମ ନିକଟସ୍ଥ ଜଙ୍ଗଲରୁ ମିଳିଲା ପୁତୁରାର ମୃତଦେହ । ହତ୍ୟା କାଣ୍ଡ ପଛରେ ଆଉକାହାର ସଂପୃକ୍ତି ଥାଇପାରେ, କପ୍ତିପଦା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଜାରି ରଖିଛି ।