ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ଖଣ୍ଡପଡା –ଭାଲିଅ।।ଡି

(ସୁରେଶ କୁମାର ସାମନ୍ତରାୟ): ଖୋର୍ଦ୍ଧା ଜିଲ୍ଲା କଂଟାମଲିମଠାରେ ଜୟଦୁର୍ଗା ଫୁଟବଲ କ୍ଲବ ଆନୁକୁଲ୍ୟରେ ଚାଲିଥିବା ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣମେଣ୍ଟ ୨୦୧୮ ରବିବାର ହେବାକୁ ଥିବା ଫାଇନାଲ ମ୍ୟାଚରେ ଖଣ୍ଡପଡା ଫୁଟବଲ ଟିମ ସହିତ ଭାଲିଆବାଡି ଫୁଟବଲ ଟିମ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଟୁର୍ଣ୍ଣମେଣ୍ଟ ଗତ ଶନିବାରଠାରୁ ୭ ଦିନ ଚାଲୁରହିଛି । ଗତକାଲି ଏହି ଟୁର୍ଣ୍ଣମେଣ୍ଟ ୨ ୟ ସେମି ଫାଇନାଲ ମ୍ୟାଚରେ ସାରଙ୍ଗଧରପୁର ଫୁଟବଲ ଟିମକୁ ୧-୦ ଗୋଲ ବ୍ୟବଧାନରେ ପରାସ୍ତ କରି ଖଣ୍ଡପଡା ଫୁଟବଲ ଟିମ ଫାଇନାଲରେ ପ୍ରବେଶ କରିଛି । ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ପ୍ରକାଶ ଚନ୍ଦ୍ର ବିଜୁଳି ଓ ସମ୍ମନୀତ ଅତିଥି ଭାବେ ସିଲୁ ବଳିୟାରସିଂହ , ପ୍ରଦୀପ ନାୟକ , ବିଶ୍ୱନାଥ ରଣସିଂହ ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।