(ରିପୋର୍ଟସଟୁଡେ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ବନ୍ଧାକୋବି ଆମଲେଟ । ଏହାକୁ ତିଆରି କରିବା ଅତି ସରଳ । ବର୍ଷା ପାଗରେ ଏହି ଆମଲେଟ ଆପଣଙ୍କୁ ନୂଆ ଟେଷ୍ଟ ଦେବା ସହ ଭରପୂର ପ୍ରୋଟିନ ବି ଯୋଗାଇବ ।
ଆବଶ୍ୟକୀୟ ସାମଗ୍ରୀ: ବନ୍ଧା କୋବି,ଦୁଇଟି ଅଣ୍ଡା, ଧନିଆ ପାଉଡର,ଜିରା ପାଉଡର, କଟାଅଦା, ରସୁଣ, ଲଙ୍କା,ଗୋଲମରିଚ ଗୁଣ୍ଡ, ତେଲ ଓ ଲୁଣ ସ୍ୱାଦ ଅନୁସାରେ ।
ପ୍ରସ୍ତୁତ ପ୍ରଣାଳୀ: ଦୁଇଟି ଅଣ୍ଡାକୁ ଭାଙ୍ଗି ସେଥିରେ ଅଳ୍ପ ଧନିଆ ପାଉଡର ଓ ଜିରା ପାଉଡର ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ଏବେ ପ୍ୟାନ ଗରମ କରି ଅଳ୍ପ ତେଲ ଗରମ କରି ସେଥିରେ କଟା ହୋଇ ରଖାଯାଇଥିବା ବନ୍ଧାକୋବି ପକାଇ ଅଳ୍ପ ଭାଜନ୍ତୁ । ଏବେ ଏଥିରେ କଟା ଅଦା,ରସୁଣ ,ଲଙ୍କା, ଗୋଲମରିଚ ଗୁଣ୍ଡ, ଲୁଣ ପକାଇ ଭାଜନ୍ତୁ । ଏହା ଉପରେ ଗୋଳାଇ ରଖିଥିବା ଅଣ୍ଡାକୁ ଆମଲେଟ ଭଳି ଢାଳନ୍ତୁ । ଗୋଟେ ପଟ ବ୍ରାଉନ ହୋଇଗଲେ ଆରପଟକୁ ଓଲଟାଇ ଦିଅନ୍ତୁ । ଉଭୟ ପଟ ସିଝିଗଲେ ପାତ୍ରକୁ କାଢି ସର୍ଭ କରନ୍ତୁ ବନ୍ଧାକୋବି ଆମଲେଟ ।