ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଅଟା ରସା

(ରିପୋର୍ଟସଟୁଡେ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଅଟା ରସା ।
ଆବଶ୍ୟକୀୟ ସାମଗ୍ରୀ: ଅଟା,କ୍ଷୀର,ଚିନି,ଗୁଆଘିଅ,ଗୁଜୁରାତି ଗୁଣ୍ଡ,ଲେମ୍ବୁରସ ।
ପ୍ରସ୍ତୁତ ପ୍ରଣାଳୀ:ପ୍ରଥମେ ଚିନିରେ ଗୁଜୁରାତି ଗୁଣ୍ଡ ଓ ଲେମ୍ବୁରସ ମିଶାଇ ଶିରା ପ୍ରସ୍ତୁତ କରି ରଖନ୍ତୁ । ଏବେ କଡେଇ ଗରମ କରି ଅଟାକୁ ହାଲକା ଭାଜି ଦିଅନ୍ତୁ । ପରେ ଏକ ପ୍ୟାନରେ କ୍ଷୀରକୁ ଫୁଟାଇ ସେଥିରେ ଗୁଜୁରାତି ଗୁଣ୍ଡ ଓ ଗୁଆଘିଅ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାପରେ ସେଥିରେ ଭଜା ଅଟାକୁ ପକାଇ ଜନ୍ତି ଦିଅନ୍ତୁ । ଏବେ ଏହି ଅଟା ଜନ୍ତୁଣୀକୁ ଗୋଲ ଗୋଲ ପିଠା ଆକାରର କରି ଗଢି ରଖନ୍ତୁ । ତା’ପରେ କଡେଇରେ ତେଲ ଗରମ କରି ଏହି ଅଟା ଗୁଳାଗୁଡିକୁ ଛାଣି ଦିଅନ୍ତୁ । ହାଲକା ଲାଲ ହୋଇଆସିଲେ ଏଗୁଡିକୁ କାଢି ପୂର୍ବରୁ ପ୍ରସ୍ତୁତ ଥିବା ଚିନି ଶିରାରେ ପକାଇ ଦିଅନ୍ତୁ । ୧୫ରୁ ୨୦ ମିନିଟ ପରେ ପ୍ରସ୍ତୁତ ହୋଇଯିବ ସୁଆଦିଆ ‘ଅଟା ରସା’ ।