ଖଣ୍ଡଗିରିରୁ ପୁଣି ୫ ଲକ୍ଷ୍ୟ ଟଙ୍କାର ବ୍ରାଉନ ସୁଗାର ଜବତ

(ଆଦର୍ଶ ରାଉତ):  ଜଣେ ଯୁବକକୁ ଅଚାନକ ଭାବରେ ଚଢାଉ କରି ୫ ଲକ୍ଷ୍ୟ ଟଙ୍କା ର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ ।

ଆଜି ଖଣ୍ଡଗିରି ଛକଠାରେ ଜଣେ ଯୁବକ କୁ ଅବକାରୀ ବିଭାଗ ଚଢାଉ କରି ବ୍ରାଉନସୁଗାର ଜବତ କରିଛି । ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ରୁ ଅଧିକ ହେବ । ତାର ସହଯୋଗି ମାନଙ୍କୁ ଧରିବା ପାଇଁ ପ୍ରୟାସ କରାଯାଉଥିବାରୁ ସେ ଯୁବକର ନାମ ଗୋପନୀୟ ରଖାଯାଇ ଗଣମାଧ୍ୟମକୁ କୁହାଯାଇନାହିଁ । ଆଗକୁ ବ୍ରାଉନସୁଗାର ବେପାରି ଙ୍କୁ ଧରିବାନେଇ ଅବକାରୀ ବିଭାଗର ଏକ ବଡ ସଫଳତା ମିଳିବ ବୋଲି ସୁଚନା ଦେଇଛି ଅବକାରୀ ବିଭାଗ ।