ପ୍ରସିଦ୍ଧ ସଙ୍ଗୀତକାର ସିତାରବାଦକ ଅର୍ଣ୍ଣପୂର୍ଣ୍ଣା ଦେବିଙ୍କ ପରଲୋକ

(ରିପୋଟର୍ସ ଟୁଡେ):ଭାରତ ରତ୍ନରେ ସମ୍ମାନିତ ଦିବଙ୍ଗତ୍ ସିତାରବାଦକ ପଣ୍ଡିତ ରବିସଙ୍କର ପୂର୍ବ ପତ୍ନୀ ଏବଂ ଦିଗଜ ସଙ୍ଗୀତକାର ଅର୍ଣ୍ଣପୂର୍ଣ୍ଣା ଦେବିଙ୍କର ଶନିବାର ଦିନ ମୁମ୍ବାଇସ୍ଥିତ ବ୍ରୀଚ୍ ଙ୍କେଡୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ସଙ୍ଗୀତ ଦୁନିଆରେ ଅର୍ଣ୍ଣପୂର୍ଣ୍ଣା ଦେବି ନାମରେ ସୁପରିଚିତ ସଙ୍ଗୀତକାରଙ୍କ ଅସଲି ନାମ ରୋଶନ ଆରା ଖାନ ଅଟେ । ତାଙ୍କର ଜନ୍ମ ଏକ ମୁସଲିମ ପରିବାରରେ ହୋଇଥିଲା । ଅର୍ଣ୍ଣପୂର୍ଣ୍ଣା ଦେବୀ ହୀନ୍ଦୁୁସ୍ଥାନୀ ସଙ୍ଗୀତ ଜଗତର ଜଣେ ପ୍ରସିଦ୍ଧ ଶୁରବାହାର ବାଦକ ଥିଲେ । ପୁରୁଣା ମେହର ରାଜ ପରିବାରର ମହାରାଜା ବ୍ରଜନାଥ ସିଂ ତାଙ୍କୁ ଏହି ନାମ ଦେଇଥିଲେ । ଏହାପରଠାରୁ ରୋଶନଆରାଙ୍କୁ ସଙ୍ଗୀତ ଦୁନିଆରେ ଅର୍ଣ୍ଣପୂର୍ଣ୍ଣା ନାମରେ ପରିଚୟ ମିଳିଥିଲା ।

ସେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର ସୁପରିଚିତ ନାମ ଆଲ୍ଲାଉଦ୍ଦୀନ ଖାନଙ୍କ ଝିଅ ଏବଂ ଶିଶ୍ୟା ଥିଲେ । ସେ ନିଜ ସମୟର ପ୍ରସିଦ୍ଧ ତାରବାଦକ ପଣ୍ଡିତ ରବିସଙ୍କରଙ୍କୁ ବିବାହ କରିଥିଲେ ।