(ସଂଜୁକ୍ତା) : ଗତ କିଛି ଦିନ ଧରି ବଲିଉଡ୍ ରେ ଗୋଟିଏ ପରେ ଗୋଟିଏ ଯୌନ ଶୋଷଣର ଗୁମର ଫିଟିବାରେ ଲାଗିଛି । ଅଭିନେତା ନାନା ପାଟେକର, ନିର୍ଦ୍ଦେଶକ ବିକାଶ ବହଲ ଏବଂ କମେଡିଆନ ଉତ୍ସବ ଚକ୍ରବର୍ତ୍ତୀଙ୍କ ପରେ ଏବେ ଟେଲିଭିଜନ ଜଗତର ‘ସଂସ୍କାରୀ ବାବୁ’ କୁହାଯାଉଥିବା ଆଲୋକ ନାଥଙ୍କ ପାଳି ପଡିଛି । ବଲିଉଡର ଅଭିନେତ୍ରୀମାନେ ଲୋକପ୍ରିୟ ଅଭିନେତା ତଥା ନର୍ଦ୍ଦେଶକଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଲଗାଉଛନ୍ତି । ବହୁ ଦିନରୁ ଚୁପ୍ ରହିଥିବା ଅଭିନେତ୍ରୀମାନେ ଏବେ ଅଭିଯାନରେ ସାମିଲ ହୋଇ ଧିରେ ଧିରେ ସମସ୍ତଙ୍କ ଗୁମର ଫିଟାଇବାରେ ଲାଗିଛନ୍ତି । ଧାରାବାହିକ ଏବଂ ଚଳଚିତ୍ର ଜଗତରେ ସମସ୍ତଙ୍କ ପ୍ରିୟ ତଥା ଲୋକପ୍ରିୟ ସଂସ୍କାରୀ ବାବୁଜୀ ମଧ୍ୟ ଏହି ଅଭିଯାନର ଶିକାର ହୋଇଯାଇଛନ୍ତି । ଆଲୋକ ନାଥଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ମହିଳା ପ୍ରଯୋଜକ । ତାଙ୍କ ନାଁରେ ମହିଳା ପ୍ରଯୋଜକ ବିନୀତା ନନ୍ଦ ଦୁଷ୍କର୍ମର ଅଭିଯୋଗ ଆଣିଛନ୍ତି । ବିନୀତା ନିଜ ଫେସବୁକ୍ ପୋଷ୍ଟରେ ଏକଥା ଲେଖିଛନ୍ତି । ବିନିତା ତାଙ୍କ ପୋଷ୍ଟରେ ଯେଉଁ ଘଟଣା ସମ୍ପର୍କରେ କହିଛନ୍ତି ତାହା ୧୯୯୦ ମସିହାର ଘଟଣା । ୧୯୯୦ ମସିହାରେ ଟେଲିଭିଜନ ଶୋ’ ‘ତାରା’ର ପ୍ରଯୋଜକ ଥିଲେ ବୀନିତା ନନ୍ଦା । ଏହି ଶୋ’ରେ ଆଲୋକନାଥ ଦୀପକ ସେଠ୍ ର ମୁଖ୍ୟ ଭୂମିକାରେ ଥିଲେ । ବୀନିତା ତାଙ୍କ ପୋଷ୍ଟରେ କହିଛନ୍ତି ଯେ ଆଲୋକନାଥ ତାଙ୍କୁ ଘରେ ଛାଡିବାକୁ ଯାଇଥିଲେ ଏବଂ ତାଙ୍କ ଘରେ ହିଁ ତାଙ୍କୁ ମଦ ପିଆଇ ଦୁଷ୍କର୍ମ କରିଥିଲେ । ସେ ମଦ୍ୟପ ଥିଲେ ଏବଂ ଖରାପ ବ୍ୟକ୍ତି ମଧ୍ୟ ଥିଲେ । ମାତ୍ର ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତା ଥିବାରୁ ତାଙ୍କର ସବୁ ଭୁଲକୁ ମାଫ୍ କରିଦିଆଯାଉଥିଲା ।ଏ ଘଟଣା ସମ୍ବନ୍ଧରେ ଆଲୋକନାଥ କହିଛନ୍ତି ଯେ, ଏ ବିଷୟରେ ସେ କିଛି ବି କହିବାକୁ ମନା କରିଦେଇଛନ୍ତି , କାରଣ ସେ ଯାହା କହିଲେ ବି ଏବେ କେହି ବିଶ୍ବାସ କରିବେ ନାହିଁ । ସେ ଏହାମଧ୍ୟ କହିଛନ୍ତି କି ଜଣେ ମହିଳାଙ୍କୁ ଏ ସମାଜ ଅଧିକା ଗୁରୁତ୍ୱ ଦେଇଥାଏ.. । ତେବେ ବିନୀତା ଯାହା କହିଛନ୍ତି ସେଇଟା ତାଙ୍କ ନିଜସ୍ବ ମାନସିକତା । କିନ୍ତୁ ବିନୀତା ଏହା କହିବା ଦ୍ବାରା ତାଙ୍କ ଉପରକୁ ଅଂଗୁଳି ଉଠିଗଲା ବୋଲି ସେ କ୍ଷୋଭର ସହ କହିଛନ୍ତି।