ରାଜ୍ୟରେ ଆଉ ୩୦ ଆକ୍ରାନ୍ତ ସୁସ୍ଥ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ୩୦ କୋରୋନା ଆକ୍ରାନ୍ତ ସୁସ୍ଥ । ରାଜ୍ୟ ପାଇଁ ଆଜି ପୁଣି ଖୁସି ଖବର ଆସିଛି । ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣ ଗଞ୍ଜାମର , ୫ଜଣ କେନ୍ଦ୍ରାପଡାର , ୨ଜଣ ବାଲେଶ୍ୱର , ୨ଜଣ ଭଦ୍ରକର ହୋଇଥିବା ବେଳେ ଜଣେ ଆକ୍ରାନ୍ତ ନୟାଗଡରୁ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୦୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ସକାଳ ସମୟରେ ରାଜ୍ୟରେ ୧୦୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । କିନ୍ତୁ ଆଜି ୩୦ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ ବର୍ତ୍ତମାନ ପର୍ୟ୍ୟନ୍ତ ମୋଟ୍ ୩୦୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ସେହିପରି ଗତକାଲି କରୋନାରୁ ୫୭ଜଣ ସଂକ୍ରମିତ ସୁସ୍ଥ ହୋଇଥିଲେ । ରାଜ୍ୟରେ ଧୀରେ ଧୀରେ ସୁସ୍ଥ ହେବାର ଲାଗିଛନ୍ତି କରୋନା ଆକ୍ରାନ୍ତ । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।