କୁକୁର କାଳୁକୁ ହତ୍ୟା ଅଭିଯୋଗ , ଥାନାରେ ମାମଲା

(ରିପୋଟର୍ସ ଟୁଡ/ଭୁବନେଶ୍ୱର): ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା । ଲକଡାଉନ ସମୟରେ ନୀରିହ ପଶୁ କୁକୁରକୁ ହତ୍ୟା ଅଭିଯୋଗ । ମୃତ କୁକୁର ନାଁ କାଳୁ । ଏ ନେଇ ସହୀଦନଗର ଥାନାରେ ଅଭିଯୋଗ କରିଛନ୍ତି ପିପୁଲ ଫର ଆନିମାଲର ସଦସ୍ୟ । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସୂଚନାଅନୁସାରେ, ଲକଡାଉନ ପାଇଁ ଦୋକାନ ବଜାର ସବୁ ବନ୍ଦ ରହିଛି । ଅତ୍ୟାବଶ୍ୟକ କାମ ନ ପଡିଲେ ଲୋକମାନେ ମଧ୍ୟ ଘରୁ ବାହାରକୁ ବାହାରୁନାହାଁନ୍ତି । ଆଉ ଏହି ସମୟରେ ବୁଲା ପଶୁ ପକ୍ଷୀ ମାନେ ଖାଇବା ବହୁ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । କିଛି ଲୋକ ବୁଲା ପଶୁ ପକ୍ଷୀଙ୍କୁ ଖାଇବାକୁ ଦେଉଥିବା ଦେଖିବାକୁ ମିଳିଛି । ହେଲେ ଭୁବନେଶ୍ୱର ଏସପ୍ଲାନେଡ ମଲ ସାମ୍ନାରେ ଏକ କୁକୁରକୁ ଜଣେ ବ୍ୟକ୍ତି ଖାଇବାକୁ ପ୍ରତିଦିନ ଦିଅନ୍ତି । ଗତକାଲି ମଧ୍ୟ ଖାଇବାକୁ ଦେଇଥିଲେ । ସେ ସମ୍ପର୍ଣ୍ଣ ସୁସ୍ଥ ମଧ୍ୟ ଥିଲା । ଆଜି ସେହି କୁକୁରଟିକୁ କେହି ଦୁର୍ବୁତ ୪ଟି ଗୋଡକୁ ବାନ୍ଧି ହତ୍ୟା କରିବା ପରେ ସେଠାରେ ଫୋପାଡିଦେଇଥିବା ଅଭିଯୋଗ ହୋଇଛି । ତେବେ ଏହି ନିରୀହ ପଶୁଙ୍କୁ ହତ୍ୟା କରିବା ଏକ ଦଣ୍ଡନୀୟ ଅପରାଧ ଧାରା ୪୨୮/୪୨୯ ଅନୁଯାୟୀ ଏମାନଙ୍କୁ କଠୋରୁ କଠୋର ଦଣ୍ଡ ଦେବାକୁ ଦାବୀ କରିଛନ୍ତି ।