ଲକଡାଉନରେ ଖୁଲମଖୁଲା ମିଳୁଛି ମଦ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଲକ୍ଡାଉନ ସମୟରେ ରାଜଧାନୀରେ ଖୁଲମଖୁଲା ବିକ୍ରି ହେଉଛି ମଦ । ଯେଉଁ ବ୍ରାଣ୍ଡର ଚାହିଁବ ସେହି ବ୍ରାଣ୍ଡର ମିଳିବ । ତାହା ପୁଣି ଏମଆରପିଠାରୁ ୪ ଗୁଣା ଅଧିକ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଖୋଦ ରାଜଧାନୀ ଭୁବନେଶ୍ୱର ପଟିଆ ଅଞ୍ଚଳରୁ । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପଟିଆ ଗାଁରେ ମିଳୁଛି ବିଭିନ୍ନ ବ୍ରାଣ୍ଡର ମଦ । ଆଉ ଖୁଲୁମଖୁଲା ବ୍ରିକ୍ରି କରୁଛନ୍ତି ଜଣେ ମଦ ବେପାରୀ । ଚନ୍ଦ୍ରଶେଖରପୁର ବିଡିଏ ପେଟ୍ରୋଲ ପମ୍ପ ନିକଟରେ ଥିବ ଏକ ବାରରେ ମଧ୍ୟ ରୀତିମତ ମଦ ମିଳୁଛି । ତାହା ପୁଣି ୪ ଗୁଣା ଅଧିକ ଦାମରେ । ତେବେ ସବୁଠୁ ବଡ କଥା ହେଉଛି ଲକଡାଳଉନ ସମୟରେ ବାରକୁ ବନ୍ଦ କରାଯାରଇଛି । ହେଲେ ସେଠାରେ କାମ କରୁଥିବା ସେଲ୍ସ ମ୍ୟାନଙ୍କୁ ଯାତାୟତ ପାଇଁ କମିଶନରେଟ ପୋଲିସ ପକ୍ଷରୁ ମିଳିଛି ପାସ । ତେବେ ଜଣେ େସେଲ୍ସ ମ୍ୟାନଙ୍କୁ କିଏ ପାସ ଦେଲା ତାହା ନେଇ ଉଠିଛି ବଡ ପ୍ରଶ୍ନ । ତେବେ ଏହି ଖୁଲୁମ ଖୁଲା ମଦ ବିକ୍ରିରେ ପୋଲିସର ସମ୍ପୂର୍ଣ୍ଣ ହାତ ରହିଥିବା ବିଶେଷ ସୂତ୍ରର ଜଣାପଡିଛି । କମିଶନରେଟ ପୋଲିସ ପୋଲିସର ନାକ ତଳେ ଖୁଲୁମଖୁଲା ମଦ ବିକ୍ରି ହେଉଥିବା ବେଳେ ପୋଲିସ କିଭଳି ଜାଣି ପାରୁନାହିଁ ନାଁ ଜାଣି ଶୁଣି ଚୁପ ବସିଛନ୍ତି ଚନ୍ଦ୍ରଶେଖରପୁର ଥାନା ଅଧିକାରୀ । ଏଭଳି ଘଟଣା ପରେ ପୋଲିସ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।