(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଦେଶରେ ଜାରି ରହିଥିବା ଲକଡାଉନ ମଧ୍ୟରେ ସରକାର ଇଙ୍ଗ ଘୋଷଣା କରିଛନ୍ତି । ସକରକାର ଗ୍ରାହକଙ୍କୁ ଆସ୍ୱସ୍ତି ଦେବା ପାଇଁ ଅଣ ସବସିଡ ଗ୍ୟାସ ସିଲିଣ୍ଡର ପିଛା ୧୬୨.୫୦ କମାଇଛନ୍ତି । ଗତ ମାସରେ ଏଲ୍ପିଜି ସିଲିଣ୍ଡରର ଦାମ କମି ଥିବାବେଳେ ଚଳିତ ମାସ ଆରମ୍ଭରୁ ଏହି ସିଲିଣ୍ଡର ଦାମ ପୁଣି ଥରେ କମିଛି। ୧୪.୨ କିଲୋଗ୍ରାମର ଅଣ-ସବସିଡି ସିଲିଣ୍ଡରର ଦାମ ଦିଲ୍ଲୀରେ ୧୬୨.୫ ଟଙ୍କା ଶସ୍ତା ହୋଇଛି । ଦିଲ୍ଲୀ ବ୍ୟତୀତ କୋଲକାତାରେ ଏହି ଅଣ-ସବସିଡି ଗ୍ୟାସର ଦାମ ୫୮୪.୫ ଟଙ୍କା, ମୁମ୍ୱାଇରେ ୫୭୯ ଟଙ୍କା ଏବଂ ଚେନ୍ନାଇରେ ୫୬୯.୫ ଟଙ୍କା ହୋଇଛି। ଗ୍ୟାସ୍ ଦାମ ୭୪୪ଟଙ୍କାରୁ କମି ୫୮୧.୫ ଟଙ୍କା ହୋଇଛି। ଆଜିଠୁ ଏହି ନୂଆ ଦର ଲାଗୁ ହୋଇଛି ।