ରମାଦେବୀ ବିଶ୍ୱ ବିଦ୍ୟାଳୟରେ ଆଶାୟୀ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

(ଆଦର୍ଶ ରାଉତ): ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସ ସରଗରମ ହୋଇଛି। ଆଜି ସକାଳ ୯ଟାରୁ ଦିନ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ। ୪ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ନିର୍ବାଚନ ହେବାକୁ ଥିବା କ୍ୟାମ୍ପସରେ ୧୦ ତାରିଖରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ହେବ। ୧୧ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ଭୋଟଗ୍ରହଣ କରାଯିବ। ଅପରାହ୍ନ ୨ଟାରୁ ଭୋଟଗଣତି ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ ପାଇବ। ୧୨ ତାରିଖ ପୂର୍ବାହ୍ନ ୧୧ଟାରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

ତେବେ ଆଗକୁ ଆସୁଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜିଠୁ ଦୁଲୁକିଲାଣି ରାମାଦେବୀ


ବିଶ୍ୱବିଦ୍ୟ।।ଳୟ । ଛାତ୍ରୀ ମାନଙ୍କ ମଧ୍ୟରେ ଖୁବ ଉତ୍ସାହ । ବାଜା ବାଣ ରୋସଣି ରେ କମ୍ପୁଛି ସାରା କ୍ୟାମ୍ପସ । ଏବେଠୁ ଚାଲିଲାଣି କ୍ୟାମ୍ପନିଙ୍ଗ ଏବେଠୁ ମନରେ ବାନ୍ଧିଲାଣି ନିର୍ବାଚନ ବିଜୟୀର ଆଶା ।