(ଜୟନ୍ତ କୁମାର ସେଠୀ)ଗୋପ: କରୋନା ସତର୍କତା କୁ ନେଇ ପୁରୀ ଜିଲା ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆଜି ଠାରୁ ପୁରୀକୁ କୌଣସି ପର୍ଯ୍ୟଟକ ଗାଡି ପିପିଲି ଦେଇ ପ୍ରବେଶ ଅନୁମତି ଦିଆଯିବ ନାହିଁ। ପରିବହନ ବିଭାଗ , ପୋଲିସ ଓ ଡାକ୍ତରୀ ଟିମ ଉକ୍ତ ଗାଡି ରେ ଥିବା ପ୍ରତ୍ୟେକ ଲୋକ ଙ୍କୁ ଯାଞ୍ଚ କରିବେ। ଦର କାର ହେଲେ ପର୍ୟ୍ୟଟକ ଆସିଥିବା ଗାଡି କୁ ଫେରାଇ ଦିଆଯିବ।ଅନ୍ୟପଟେ ଜିଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରି ଙ୍କ ଛୁଟି ବାତିଲ କରାଯାଇଛି। ସମସ୍ତେ ଜିଲା ହେଡ କ୍ୱାର୍ଟରରେ ରହିବା ନେଇ ପୁରୀ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୁରୀ ବାସିନ୍ଦା ଏବେ ପୁରୀ ବାହାର କୁ ଅତି ଦରକାର ନ ଥିଲେ ନ ଯିବା କୁ ଜିଲାପାଳ ଅନୁରୋଧ କରିଛନ୍ତି। ସେହିପରି ଯଦି କେହି ଵିଦେଶୀ ବ୍ୟକ୍ତି କିମ୍ବା ବ୍ୟକ୍ତି ସନ୍ଧିଗ୍ଧ ଭାବେ ନଜର କୁ ଆସନ୍ତି ତୁରନ୍ତ ଜିଲା ପ୍ରଶାସନ କୁ ସୂଚନା ଦେବା ସହ ଜ୍ୱର , କାଶ , ଥଣ୍ଡା ହେଲେ ତୁରନ୍ତ ଚିକିତ୍ସା ପାଈଁ ପୁରୀ ଜିଲାପାଳ କହିଛନ୍ତି। ଜରୁରୀ ନ ଥିଲେ ଘରୁ କୌଣସି ବ୍ୟକ୍ତି ନ ବାହାରି ବାକୁ ପୁରୀ ଜିଲାପାଳ ବଲବନ୍ତ ସିଂ ପୁରୀ ବାସିନ୍ଦା ବାର୍ତା ଦେଇଛନ୍ତି।