(ରଜନୀକାନ୍ତ ପାତ୍ର / ହିଞ୍ଜିଳିକାଟୁ): ବର୍ତ୍ତମାନ ମହାମାରୀର ଭୟଙ୍କର ରୁପ ନେଇଥିବା କୋରାନା ରୋଗ ସାରା ଦେଶରେ ବ୍ୟାପିବାରେ ଲାଗିଛି।ଏଣୁ ହିଞ୍ଜିଳିକାଟୁ ବ୍ଲକ୍ ରାଳବ ଗ୍ରାମରେ ବିଜୟାନନ୍ଦ ପାଠାଗାର ଦ୍ଵାରା ଏକ ଜନସଚେତନ ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା।ଏହାକୁ ଗ୍ରାମର ଶ୍ରୀଯୁକ୍ତ ଗନ୍ତାୟତ ଦଳେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏଥିରେ ୫୦ରୁ ଅଧିକ ଯୁବକ ଯୋଗ ଦେଇଥିଲେ। ବିଜୟାନନ୍ଦ ପାଠାଗାର ଠାରୁ ବାହାରି ଲୋକମାନଙ୍କୁ ସଚେତନତା କରିବା ପରେ ସୀକିରି ଓ ହିଞ୍ଜିଳି ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ପହଞ୍ଚି ଥିଲେ।ସେଠାରେ ତ୍ରିରଙ୍ଗା ସେବା ସଂଘର ସଦସ୍ୟ ମାନେ ମଧ୍ୟ ଉକ୍ତ ରାଲିରେ ଯୋଗ ଦେଇଥିଲେ।ଉକ୍ତ କାର୍ୟ୍ୟକ୍ରମକୁ ନୀଳ ଭଉଳ, ପପୁନ ପରିଡ଼ା,ଜଗତ ଦଳାଇ ଓ ମନୋଜ ପଟ୍ଟନାୟକ ଏବଂ ଅଜିତ ନାୟକ ପରିଚାଳନା କରିଥିଲେ। ଶେଷରେ ପାଠାଗାରର ସଭାପତି ଶ୍ରୀଯୁକ୍ତ ବାଲାଜୀ ଦଳାଇ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ।
ସେହିପରି ମାଲକାନଗିରି ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଯ୍ୟନ୍ତ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି କ୍ଷ ବର୍ତମାନ କୋରନା ରୋଗ ଜିଲ୍ଲା ବାସୀଙ୍କୁ ବିଚଳିତ କରିଛି କ୍ଷ ଏହି ରୋଗ ସମ୍ବଦ୍ଧରେ ସର୍ବସାଧାରଣକୁ ସଚେତନା କରାଇବା ପାଇଁ ଉତ୍କଳ ସାମ୍ବାଦିକ ସଙ୍ଘ ଶାଖା ତରଫରୁ ଏହି ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା କ୍ଷତଥା ଅନ୍ତ୍ରରଜାତୀୟ ଡ.ଐ.ଙ ତରଫରୁ ଜାରୀ କରାଯାଇଥିବା ନିୟମ ଗୁଡିକ ପାଳନ କରିବା ଲାଗି ସର୍ଵସାଧାରଣ ଙ୍କୁ ସୂଚନା ଦିଆଯାଇଥିଲା ଓ ଗୁଜବ ଖବରକୁ ବିଶ୍ୱାସ କରନ୍ତୁ ନାହିଁ । ଏହି ରାଲ୍ଲୀରେ ବହୁ ସଂଖ୍ୟାରେ ଗଣମାଧ୍ୟମର ପ୍ରତିନିଧି ,ଅନ୍ୟ ସ୍ୱଚ୍ଛା ସେବୀ ସଂଗଠନର ସଦସ୍ୟ ମାନେ ଯୋଗ ଦେଇଥିଲେ।