(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆମ ଦେଶରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୨ କୁ ବୃଦ୍ଧି ପାଇଛି । ରାଜ୍ୟରେ ମଧ୍ୟ କରୋନା କୁ ନାନା ସଚେତତା ଜାରି ହୋଇଛି । ରାଜ୍ୟ ସରକାର କରୋନକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏହି କ୍ରମରେ କୋଭିଡ଼ -୧୯ ର ସଚେତନତା ପାଇଁ ରାଜ୍ୟ ସରକାର ସୁବ୍ରତ୍ର ବାଗଚୀଙ୍କୁ ମୁଖପାତ୍ରର ଦାୟିତ୍ୱ ଦେଇଛନ୍ତି । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ହେଉଛନ୍ତି ବାଗଚୀ । କରୋନା ସମ୍ପର୍କିତ ଆଇଇସି ଅର୍ଥାତ୍ ସୂଚନା, ଶିକ୍ଷା ଓ ଯୋଗାଯୋଗ ଟିମର ମୁଖ୍ୟ ଭାବେ ସେ ଦାୟିତ୍ୱ ନେଇଛନ୍ତି । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ହୋଇଛନ୍ତି ସୁବ୍ରତ । କରୋନା ଭାଇରସ ସଂକ୍ରାନ୍ତରେ ଆସୁଥିବା ତଥ୍ୟ ଉପରେ ନଜର ରଖିବା ସହ ପ୍ରେସମିଟ୍ କରୁଥିବା ଟିମକୁ ମଧ୍ୟ ସେ ପରାମର୍ଶ ଦେବେ ।