ବଢିବ ତେଲ ଦର

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଅନ୍ତର୍ଜାତୀୟ ବଜାରରେ ତେଲର ଉତ୍ପାଦ ଶୁଳ୍କ ଓ ରୋଡ୍ ସେସ ବଢ଼ାଇଛନ୍ତି ସରକାର। ମୋଟ୍ ୩ ଟଙ୍କା ବଢ଼ାଇଛନ୍ତି କେନ୍ଦ୍ର ସରକାର। ଏହାଦ୍ୱାରା ତେଲର ଦାମ ଲିଟର ପିଛା ୩ଟଙ୍କା ବଢ଼ିବ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ କମୁଥିବା ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଶନିବାର କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି। ତେଲର ଉତ୍ପାଦ ଶୁଳ୍କ ଲିଟର ପିଛା ୨ ଟଙ୍କା ବଢ଼ାଇଥିବା ବେଳେ ଲିଟର ପିଛା ରୋଡ୍ ସେସ୍ ୧ ଟଙ୍କା ବୃଦ୍ଧି କରିଛନ୍ତି।
ଇଣ୍ଡିଆନ୍ ଓଏଲ କର୍ପୋରେସନର ଓ୍ୱେବସାଇଟ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ପେଟ୍ରୋଲ ଦର ଲିଟର ପିଛା ୬୯.୮୭ ପଇସା ରହିଛି। ଉତ୍ପାଦ ଶୁଳ୍କ ଓ ରୋଡ୍ ସେସ୍ ଲଗାଇବା ପରେ ଲିଟର ପିଛା ୩ ଟଙ୍କା ବଢ଼ିଯିବ।
ଦେଶର ଅର୍ଥନୀତିକ ଅବସ୍ଥା ଖରାପ ରହିଛି। ଦୀର୍ଘ ଦିନ ହେବ ତେଲ ଲିଟର ପିଛା ୭୦ ଟଙ୍କାରୁ ଅଧିକ ରହୁଥିଲା। ଯଦି ଅନ୍ତର୍ଜାତୀୟ ବଜାର ଦର ଅନୁସାରେ ତେଲର ଦାମ କମାଇଥାନ୍ତେ ତାହେଲେ ଲିଟର ପିଛା ୭୦ ଟଙ୍କା ତଳେ ତେଲର ଦାମ ହୋଇଥାନ୍ତା। ହେଲେ ଏବେ ଉତ୍ପାଦ ଶୁଳ୍କ ଏବଂ ରୋଡ୍ ସେସ୍ ବଢ଼ାଇ ଅଧିକ ରାଜସ୍ୱ ବଢ଼ାଇବା ପାଇଁ ସରକାର ଚିନ୍ତା କରିଛନ୍ତି। ଏହାଦ୍ୱାରା ଦୁର୍ବଳ ଅର୍ଥନୀତିକୁ ସବଳ ହେବା ପାଇଁ ସୁଯୋଗ ମିଳିବ। ଯେହେତୁ ଅନ୍ତର୍ଜାତୀୟ ବଜାରରେ ତେଲର ଦାମ କମିଛି ତେଣୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି।