୮୦ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ଏହି ହୋଟେଲ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଜର୍ମାନୀର ବାଲ୍ଡିକ ସାଗରର ରୁଗେନ ଦ୍ୱୀପରେ ଏକ ହେଟେଲ ଅଛି । ଯାହା ୮୦ ବର୍ଷ ଧରି ପରିତ୍ୟକ୍ତ ହୋଇ ରହିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ହୋଟେଲରେ ୧୦,୦୦୦ ରୁମ ଅଛି । କିନ୍ତୁ ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଆଜି ପର୍ଯ୍ୟନ୍ତ କୌଣସି ଅତିଥି ଏହି ହୋଟେଲ ରହି ନାହାଁନ୍ତି ।
ଏହି ହୋଟେଲ ଟି ୧୯୩୬ ରୁ ୧୯୩୯ ମଧ୍ୟରେ ନିର୍ମିତ ହୋଇଥିଲେ । ସେହି ସମୟରେ ହିଟଲର ଏବଂ ତାଙ୍କର ନାଜି ସେନା ଜର୍ମାନୀରେ ଶାସନ କରିଥିଲେ । ନାଜିମାନେ ଶକ୍ତି ମାଧ୍ୟମରେ ଆନନ୍ଦ କାର୍ଯ୍ୟମ୍ରକ ଅଧୀନରେ ଏହି ହୋଟେଲ ନିର୍ମାଣ କରିଥିଲେ । ଏହାକୁ ନିର୍ମାଣ କରିବା ପାଇଁ ପ୍ରାୟ ୯୦୦୦ ଶ୍ରମିକ ଲାଗିଥିଲେ ।
ଏହି ହୋଟେଲର ନାମ ହେଉଁଛି ହୋଟେଲ ଡ଼ା ପ୍ରୋରୀ । ଏହି ହୋଟେଲ ଏକ ସ୍ମାରକ ପରି ଦେଖାଯାଉଥିବାରୁ ଏହି ନାମ ଦିଆଯାଇଛି । ପ୍ରୋରା ଅର୍ଥ ହେଉଛି ଶାଳ ସାବା କିମ୍ବା ଧ୍ୱଂସାବିଶେଷ । ବାସ୍ତବରେ ଏହି ହୋଟେଲ ବାଲୁକା କୂଳଠାରୁ ପ୍ରାୟ ୧୫୦ ମିଟର ପରିସରରେ ନିର୍ମିତ ।
ହୋଟେଲଟିି ଆଠଟି ହାଉସିଂ ବ୍ଳକ୍ରେ ରେ ବିଭକ୍ତ ଏବଂ ୪.୫ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ । ହୋଟେଲରେ ଏକ ସିନେମା ହଲ , ଫେଷ୍ଟିଭାଳ ହଲ ଏବଂ ସୁଇମିଂ ପୁଲ ମଧ୍ୟ ରହିଛି । ଏହା ବ୍ୟତୀତ ସୁବଠାରୁ ବିଶେଷ କଥା ହେଉଛି ଏଠାରେ ଏକ କ୍ରୁଜ ଜାହାଜ ରହିପାରିବ ।
ଏହି ହୋଟେଲ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିର୍ମାଣ ହୋଇନାହିଁ । ଏହା ପୂର୍ବରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ୧୯୩୯ ରେ ଆରମ୍ଭ ହୋଇଥିଲା । ଏହା ପରେ ଏହାର ନିର୍ମାଣ ବନ୍ଦ ହୋଇଥିଲା । କାରଣ ସମସ୍ତ ଶ୍ରମିକଙ୍କୁ ହିଟଲର ଯୁଦ୍ଧ କାରାଖାନା ଗୁଡ଼ିକରେ କାମ କରିବାକୁ ପଠାଇଥିଲେ । ଯୁଦ୍ଧ ୧୯୪୫ ରେ ସମାପ୍ତ ହୋଇଥିଲା । ଏହା ରେ ଏହି ହୋଯେଲର ନିର୍ମାଣ କାର୍ଯ୍ୟ ଉପରେ କେହି ଧ୍ୟାନ ଦେଇ ନଥିଲେ ।
ଏହି ହୋଟେଲ ବତର୍ମାନ ପ୍ରାୟ ଧ୍ୱଂସ ହୋଇଯାଇଛି । କୁହାଯାଏ ଯେ ଏହି ହୋଟେଲ ସମୂର୍ଣ୍ଣ ରୂପେ ନିର୍ମିତ ହୋଇଥାନ୍ତା । ତେବେ ଏହା ବିଶ୍ୱର ସବୁଠାରୁ ବଡ଼ ଏବଂ ସର୍ବୋତ୍ତମ ହୋଟେଲ ଭାବରେ ପରିଗଣିତ ହୋଇଥାନ୍ତା ।