(ସୁନ୍ଦର କୁମାର ପାଣି)କୋରାପୁଟ: କୋରାପୁଟ ଜିଲ୍ଲା ଦସମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ଗ୍ରାମପଞ୍ଚାୟତର ବରଗୁଡା ଗ୍ରାମରେ ଥିବା ଗୀର୍ଜାଗୃହକୁ ସକାଳ ୮ଘଣ୍ଟା ସମୟରେ କିଛି ମୁଷ୍ଟିମେୟ ଲୋକେ ନିଆଁ ଲଗାଇ ପୋଡି ଦେଇଥିବା ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଏବଂ ସଦରଥାନାରେ ଅଭିଯୋଗ କରିଛନ୍ତି ସେହି ଗ୍ରାମର ଆଦିବାସୀ ଖ୍ରୀଷ୍ଟିୟ ସମ୍ପ୍ରଦାୟର ଲୋକେ। ବରଗୁଡା ଗ୍ରାମର ଆଦିବାସୀ ସମ୍ପ୍ରଦାୟର କିଛି ପରିବାର ଲୋକମାନେ ନିଜ ସ୍ୱଇଚ୍ଛାରେ ଖ୍ରୀଷ୍ଟିୟ ଧର୍ମ ଗ୍ରହଣ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଉପାସନା କରିବା ସହ ଗ୍ରାମରେ ନିଜ ନିଜ ଘରେ ଉପାସନା ପ୍ରାର୍ଥନା କରୁଥିବା ବେଳେ ଗ୍ରାମବାସୀ ଏହି ସବୁ କାର୍ୟ୍ୟ କରିବାକୁ ବାରଣ କରିବା ସହ ଗାଁ ସାହିରେ ଯୀଶୁଖ୍ରୀଷ୍ଟଙ୍କ ଉପାସନା କରନାହିଁ ଅନ୍ୟକେଉଁ ଆଡେ ଯାଇ କରିବା ପାଇଁ ଗ୍ରାମର କିଛି ଲୋକେ କହିଥିଲେ।ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତ ରେ ତିନି ତିନି ଥର ଗ୍ରାମରେ ବୈଠକ ହୋଇଥିଲା । ଗ୍ରାମବାସୀଙ୍କ ସହ ଆଲୋଚନା ପରେ ଗ୍ରାମବାହାରେ ଗୋଟିଏ ଗୀର୍ଜା ଗୃହ ନିର୍ମାଣ କରି ଉପାସନା ପ୍ରାର୍ଥନା କରିଆସୁଥିଲୁ। କିନ୍ତୁ କିଛି କାରଣ ନ ଥାଇ କିଛି ମହିଲା ପୁରୁଷ କୁ ମାଡ଼ମାରି ଗୀର୍ଜାଗୃହ (ପ୍ରାର୍ଥନାଗୃହ) ନିଆଁଲଗାଇ ଦେଇଥିଲେ , ପୁଣି ନିଜ ନିଜ ଜୀବନ ପ୍ରତି ବିପଦ ଥିବା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆଦିବାସୀ ଖ୍ରୀଷ୍ଟିଧର୍ମଲମ୍ଭି ଗୁହାରି କରିଛନ୍ତି। ଜିଲ୍ଲାପାଳ ଅଭିଯୋଗ ଶୁଣିଲା ପରେ ତୁରନ୍ତ ପୋଲିସ ଏସପି , ତହସିଲଦାର ,ବିଡ଼ିଓ ଙ୍କୁ ତଦନ୍ତ କରିବା ପାଇଁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଦୋଷୀ ବିରୋଧୀ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।