(ହିଂଜିଳି କାଟୁ / ରଜନୀକାନ୍ତ ପାତ୍ର ): ସ୍କୁଲ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କ ଦେଖା ମିଳୁନି । ବିନା ସିଏଲରେ ସେ ଯାଉଛନ୍ତି କୁଆଡ଼େ । ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ବିଦ୍ୟାଳୟକୁ ସଠିକ ସମୟରେ ଆସୁ ନାହଁନ୍ତି । ଏପରି ଚାଲିଛି ପାଠ ପଢା । ସଠିକ ଭାବେ ପିଲାଙ୍କୁ ପାଠ ପଢାଉନଥିବା ମଧ୍ୟ ଅଭିଯୋଗ ହୋଇଛି । ଏପରି ଚାଲିଛି ଗଂଜାମ ଜିଲ୍ଲା ହିଂଜିଳି ବ୍ଳକର ଏ ହେଉଛି ଆଙ୍କୋରଡା ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।
ଯାହାକୁ ନେଇ ଅବିଭାବକ ମହଲରେ ଏକ ପ୍ରକାର ଅସନ୍ତୋଷ ବଢୁଥିବା ବେଳେ ଗଲା ଅନେକ ବର୍ଷ ଧରି ଏହି ଭଳି ସମସ୍ୟା ବିଦ୍ୟାଳୟରେ ଲାଗିରହିଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟର ଅନେକ ଶ୍ରେଣୀ ଗୃହରେ ଶିକ୍ଷକ ବା ଶିକ୍ଷୟତ୍ରୀ ମାନଙ୍କୁ ଦେଖା ମିଳିବା ପରିବର୍ତ୍ତେ କେବଳ ଚୌକି ଦେଖିବାକୁ ମିଳିଥାଏ । ଶିକ୍ଷକଙ୍କ ବଦଳରେ ପିଲା ମାନେ ନିଜେ ନିଜେ ପାଠ ପଢୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଖାଲି ସେତିକି ନୁହଁ ଘଟଣା ନେଇ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ୟ୍ୟନ୍ତ ଅଂଚଳବାସୀ ମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ସୁଣୁନଥିବା ଅଭିଯୋଗ ହୋଇଛି । ସେପଟେ ମଧ୍ୟ ହିଂଜିଳି ଗୋଷ୍ଠୀ ଶିକ୍ଷା ଅଧିକାରୀ ଘଟଣା କୁ ସ୍ଵୀକାର କରିଥିବା ବେଳେ ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟା କୁ ଖୁବ ଶିଘ୍ର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।