ସ୍ୱର୍ଗତ ସୁବଳ ସାହୁଙ୍କ ପ୍ରତିମୂର୍ତି ଉନ୍ନୋଚିତ

(ଚିତ୍ତରଞ୍ଜନ ସାହୁ ): ବରଗଡ଼ ଜିଲ୍ଲା ବରପାଲି ସହେଲା ରୋଡ଼ ପାଖରେ ସ୍ୱର୍ଗତ ସୁବଳ ସାହୁଙ୍କ ପ୍ରତିମୂର୍ତି ଉନ୍ନୋଚିତ ହୋଇଛି । ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏହାକୁ ଉଦ୍ଘାଟନ କରିଥିଲେ । ଏହି ଉତ୍ସବରେ ମନ୍ତ୍ରୀ ସୁଶାନ୍ତ ସିଂ, ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟିକା ରିତା ସାହୁ, ଦେବେଶ୍ ଆଚାର୍ଯ୍ୟ, ବରଗଡ଼ ସାଂସଦ ଡ.଼ ପ୍ରଭାସ ସିଂହ ପ୍ରମୁଖ ଯୋଗ ଦେଇଥିଲେ । ସୁବଳ ସାହୁଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ନେଇ ଅତିଥିମାନେ ସ୍ଥାନୀୟ ଲୋକଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ସ୍ଥାନୀୟ ଏକ ଉଦ୍ୟାନରେ ନୂଆ ଖାଇ ଭେଟ ଘାଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ନୂଆ ଖାଇ ଭେଟଘାଟ ଭାଇଚାରର ପର୍ବ ହୋଇଥିବାରୁ ପରସ୍ପର ଭିତରେ ଭାଇଚାରା ବଞ୍ଚି ରହୁ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଭେଟଘାଟର ଉଦ୍ଦେଶ୍ୟ ସଂପର୍କରେ କହିଥିବା ବେଳେ ଜନାର୍ଦନ ପ୍ରାଣୀଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ ।