ପୋଲିସ ବିରୁଦ୍ଧରେ ଅସଦାଚାରଣ ଅଭିଯୋଗ ଆଣିଲେ ମହିଳା

(ଚିତରଞ୍ଜନ ସାହୁ ): ବରଗଡ଼ ଜିଲ୍ଲାର ବରପାଲି ଥାନା ଏଏସଆଇ ପ୍ରମାଦ କୁମାର ପାତ୍ରଙ୍କ ବିରୁଦ୍ଧରେ ମହିଳାଙ୍କୁ ଅସଦାଚରଣ ନେଇ ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି । ବଡ଼ଗାଁ ନିବାସୀ ଜଣେ ମହିଳା ଏହି ଗୁରୁତର ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା ଅନୁସାରେ ଗତ ୧୩ ତରିଖ ଦିନ ସକାଳ ୧୧ଟାରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ନାଁରେ ଅଭିଯୋଗ କରିବାକୁ ଆସିଥିଲେ । ସେହି ଦିନ ପାତ୍ର ଡିସିଓ ଭାବରେ ଥାନାରେ ଡ଼ିଉଟି କରୁଥିବା ବେଳେ ସେ ମହିଳାଙ୍କୁ ଏ ନିଛାଟିଆ ଯାଗାକୁ ଡ଼ାକି ତାଙ୍କ ସହ ଖରାପ ବ୍ୟବହାର କରିଥିଲେ ବୋଲି ମହିଳା ଅଭିଯୋଗ କରିଛନ୍ତି । ଏହି ସଂକ୍ରାନ୍ତରେ ବରଗଡ଼ ଜିଳ୍ଲା ଆରକ୍ଷୀ ଅଧିକ୍ଷଙ୍କ ଆଦେଶ କ୍ରମେ ଏସଡ଼ିପିଓ ସୁରେଶ ନାଏକ ଘଟଣାର ତଦନ୍ତ ଚଳାଇଛନ୍ତି ।