ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ୍ ଆଗାମୀ ଡିସେମ୍ବର ୨୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସେ ଦ୍ବିତୀୟ ଥର ଲାଗି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ।
ହେମନ୍ତ ସୋରେନ୍ ନିଜର ମନ୍ତ୍ରିମଣ୍ଡଳର ସହଯୋଗୀଙ୍କ ସହିତ ଡିସେମ୍ବର ୨୭ରେ ରାଞ୍ଚିର ମୋହରାବାଦୀ ପଡ଼ିଆରେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ସରକାର ଗଠନ ପ୍ରସଙ୍ଗରେ ସେ ଆଜି ଦିଲ୍ଲୀ ଯାଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଉପସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିବେ ବୋଲି ବି କହିଛନ୍ତି ।
ଏହାପରେ ହେମନ୍ତ ସରକାର ଗଠନ ଲାଗି ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ବିଶ୍ୱସ୍ତ ସୂତ୍ରରୁଜଣାପଡିଛି ।