ପନୀର କୋରମା

(ରିପୋର୍ଟସ ଟୁଡ଼େ / ଶଉଭସ୍ମିତା ଦାଶ ): ଆବଶ୍ୟକୀୟ ସାମଗ୍ରୀ- ୨ କପ୍ ପନୀର ଟୁକୁଡା, ୨ ଟେବୁଲ ସ୍ପୁନ ତେଲ, ୩ରୁ ୪କପ୍ ପିଆଜ ପେଷ୍ଟ, ୨ଟି ଅଳେଇଚ, ଅଧା କପ୍ ସିଝା ଟମାଟୋ, ଏକ ଟିସ୍ପୁନ ଲଙ୍କା ଗୁଣ୍ଡ, ୧ଟିସ୍ପୁନ ହଳଦୀ ଗୁଣ୍ଡ, ୧/୪ ଫ୍ରେସ୍ କ୍ରିମ୍, କଟା ଧନିଆ, ସ୍ଵାଦ ଅନୁସାରେ ଲୁଣ, ଗରମ ମସଲା, ପନୀର ତରକାରୀ ମସଲା।
ବିଧି- ଏକ ପୟାନରେ ତେଲ ଗରମ କରନ୍ତୁ। ଏଥିରେ ପିଆଜ ଅଳେଇଚ ପକାଇ ମଧ୍ୟମ ଆଁଚରେ ୨ମିନିଟ୍ ଯାଏଁ ଭାଜନ୍ତୁ। ଏହାପରେ କଟା ଟମାଟୋ ଏବଂ ୨ଟେବୁଲ ସ୍ପୁନ ପାଣି ପକାନ୍ତୁ। ଏହି ମସଲାକୁ ୨ରୁ ୩ ମିନିଟ୍ ଯାଏଁ ଭାଜନ୍ତୁ। ଏହାପରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ପନୀର ମସଲା ଓ ଲୁଣ ପକାନ୍ତୁ। ୨ ମିନିଟ୍ ପରେ ପନୀର ଟୁକୁଡା ଏବଂ କ୍ରିମ୍ ପକାନ୍ତୁ। ଏହାକୁ ୨ ମିନିଟ୍ ଯାଏଁ ମଧ୍ୟମ ଆଁଚରେ ଭାଜନ୍ତୁ। ଏବେ କିଛି ଗରମ ମସଲା ପକାଇ ଘାଣ୍ଟନ୍ତୁ। ଏକ ମିନିଟ୍ ପରେ ଗ୍ୟାସ ବନ୍ଦ କରନ୍ତୁ। ଏବେ କଟା ଧନିଆ ପକାଇ ଏକ ପାତ୍ରରେ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପନୀର କୋରମା।