ନୂଆଖାଇ ଭେଟ ଘାଟ

(ଚିତରଞ୍ଜନ ସାହୁ): ଗତକାଲି ସନ୍ଧ୍ୟାରେ ବରଗଡ ବରପାଲି ଆଡମ୍ବର ସହିତ ବରପାଲି ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୂଆଖାଇ ଭେଟ ଘାଟ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ସୁଶାନ୍ତ ସିଂ, ସମ୍ମାନିତ ଅତିଥି ଭାବରେ ବରଗଡ ଲୋକସଭା ସାଂସଦ ପ୍ରଭାସ ସିଂହ ,ବିଜେପୁର ବିଧାୟିକା ରିତା ସାହୁ ଯୋଗଦାନ କରି ନୂଆଖାଇ ପରମ୍ପରା ଉପରେ ଆଲୋକପାତ କରିବା ସହିତ ପୁରୁଣା ଐତିହାସିକ ପରମ୍ପରା ଦିନକୁ ଦିନ ଲୁପ୍ତ ପାଇବାକୁ ଲାଗୁଛି ଏବଂ ଲୁପ୍ତ ହେଇଯାଉଥିବା ସଂସ୍କୃତିକୁ ଏମିତି ବଜାୟ ରଖି ଥିବା ଅନୁଷ୍ଠାନ ମାନଙ୍କୁ ଅଥିତି ମାନେ ସ୍ୱାଗତ ଯୋଗ୍ୟ ବୋଲି ମନ୍ତବ୍ୟ ଦେଇଥିଲେ । ଏହି ଉତ୍ସବରେ ୨୩ ଜଣ ବ୍ୟାଜେଷ୍ଠ କଳାକାର ସ୍ବେଛାସେବୀମାନଙ୍କୁ ବରପାଲି ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।