ରିପୋଟର୍ସ ଟୁଡେ;- ବଜ୍ରପାତ ନେଲା ୮ ଜୀବନ । ୫ ଗୁରୁତର ହୋଇଥିବା ସୂଚନା । ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତରେ ଚାଲିଗଲା ୬ ଜଣଙ୍କ ଜୀବନ,୫ ଗୁରୁତର । ଭଦ୍ରକ ଆଗରପଡା ଭଗାରାମରେ ବିଲରେ କାମ କଲାବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବନ୍ତ ବ୍ଳକ ଚାରିଗାଁରେ ବିଲରେ କାମ କରିବା ବେଳେ ଜଣେ ମୃତ । ସେହିପରି ବାକେଶ୍ୱର ଜିଲ୍ଲା ଖଇରା ଥାନା ପଦୁନା ଗାଁର ବଜ୍ରାଘାତରେ ଜଣେ ମୃତ । ଏବଂ ନୀଳଗିରି ଓଲଡଙ୍ଗ ଅଞ୍ଚଳରେ କାମ କରିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଢେଙ୍କାନାଳ କାମାକ୍ଷାନଗର କୁଦୁଆ ଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେନ୍ଦ୍ରପଡା ସଦର ଥାନା ଅତବା ଗାଁରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ସମ୍ବଲପୁର ଶାସନ ଥାନା ଡବଲା ଗାଁରେ ବଜ୍ରଘାତରେ ୩ ଗୁରୁତର ହୋଇଛନ୍ତି । ଏହାସହିତ ଭଦ୍ରକ ବାସୁଦେବପୁର ଚୂଡାମଣି ଗାଁରେ ବଜ୍ରାଘାତରେ ୨ ଗୁରୁତର ।