ବଢୁଛି ତାତି : ରାଜ୍ୟରେ ପାରଦ ୪୦ ଡିଗ୍ରୀ

ରାଜ୍ୟରେ ଦିନକୁ ଦିନ ଉତ୍ତାପ ବୃଦ୍ଧି ହେତୁ ଅସ୍ତବ୍ୟସ୍ତ ଜନଜୀବନ

(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ଉତ୍ତାପ ବୃଦ୍ଧି ହେତୁ ଅସ୍ତବ୍ୟସ୍ତ ଜନଜୀବନ । ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି।

ସୋମବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ବଲାଙ୍ଗୀର ସହରର ତାପମାତ୍ରା ସର୍ବାଧିକ ରହିଛି। ବଲାଙ୍ଗୀରରେ ତାପମାତ୍ରା ୪୨.୬ ଡିଗ୍ରୀ ରହିଛି।

ଟିଟିଲାଗଡରେ ରବିବାର ତାପମାତ୍ରା ୪୧.୬ ଡିଗ୍ରୀ ରହିଥିବା ବେଳେ ସୋମବାର ତାପମାତ୍ରା ବୃଦ୍ଧି ପାଇଛି। ଉତ୍ତପ୍ତ ସହର ଟିଟିଲାଗଡରେ ତାପମାତ୍ରା ୪୨.୫ ଡିଗ୍ରୀ ରହିଛି। ସେହିପରି ଝାରସୁଗୁଡା ୪୦.୮ ଡିଗ୍ରୀ, ସମ୍ବଲପୁର ୪୦.୧ ଡିଗ୍ରୀ, ସୁନ୍ଦରଗଡ ୪୦.୫ ଡିଗ୍ରୀ, ଭବାନୀପାଟଣା ୪୦.J ୬ ଡିଗ୍ରୀ, ସୋନପୁର ୪୦.୬ ଡିଗ୍ରୀ ତାପମାତ୍ରା ରହିଛି।