ସବଜେଲରେ ୬୮ ଜଣ କଏଦୀ କରୋନା ପଜିଟିଭ ଚିହ୍ନଟ

ଜେଲରେ କଏଦୀ କରୋନା ପଜିଟିଭି ଚିହ୍ନଟ ହେଉଛନ୍ତି । ତେବେ ଆଜି ଝାରସୁଗୁଡା ସବଜେଲରେ ୬୮ ଜଣ କଏଦୀ କରୋନା ପଜିଟି

(ଝାରୁସୁଗୁଡା) : ଓଡ଼ିଶାରେ କରୋନା ମହାମାରୀ ମିଟରବଢ଼ିବାରେ ଲାଗିଛି । ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜେଲରେ କଏଦୀ କରୋନା ପଜିଟିଭି ଚିହ୍ନଟ ହେଉଛନ୍ତି । ତେବେ ଆଜି ଝାରସୁଗୁଡା ସବଜେଲରେ ୬୮ ଜଣ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ମାସ୍ପ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଉଛି । ଅଧିକ ଚିକିତ୍ସାର ଆବଶ୍ୟକ ପଡିଲେ ସେମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯିବ ବୋଲି ଜେଲ୍ କତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , କାରଗାରର୨୮୨ ଜଣ ଅନ୍ତେବାସୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬୮ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ସମସ୍ତ ସଂକ୍ରମିତଙ୍କୁ ଜେଲ ପରିସର ଆଇସୋଲେସନ ୱାର୍ଡରେ ରଖାଯାଇଛି ।