ଭୁବନେଶ୍ୱର: ଦଶହରା ପାଇଁ କଡା ସୁରକ୍ଷାରେ ରାଜଧାନୀ । ଭୁବନେଶ୍ୱରରେ ମସୁଦାୟ ୧୮୮ ଟି ସ୍ଥାନରେ ଦୁର୍ଗା ପୂଜା ହେଇଥିବା ବେଳେ ସୁରକ୍ଷା ଦାୟିତ୍ୱରେ ରହିବେ ୩୨ ପ୍ଲାଟୁନ ଫୋର୍ସ । ଆସନ୍ତା ୨୦ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ କଡା ନଜରରେ ରହିବ ଭୁବନେଶ୍ୱର । ଟ୍ରାଫିକ କଟକଣା ସହ ବ୍ଲକିଂ ଓ ଚେକିଂ କୁ କଡାକଡି କରାଯାଇଛି । ତା ସହିତ ଭାରିଯାନ ଚଳାଚଳକୁ ମଧ୍ୟ ପ୍ରତିବନ୍ଧକ ଏଗାଯାଇଛି । ୩ଟି କ୍ୟାଟାଗୋରୀରେ ପୂଜା ମଣ୍ଡପକୁ ସୁରକ୍ଷା ଦିଆଯିବ । ବିଭିନ୍ନ ବିଭାଗ ସହ କମିଶନରେଟ ପୋଲିସର ଜଏଣ୍ଟ ଇନ୍ସପେକ୍ସନ ସରିବା ସହ ୬ଟି ଯାଗାରେ କମିଶନରେଟ ପୋଲିସର କଣ୍ଟ୍ରୋଲ ରୁମ କରାଯାଇଛି । ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ୨୪ ଘଣ୍ଟିଆ ଅନୁଧ୍ୟାନ କରିବେ ଭୁବନେଶ୍ୱର ଡିସିପି । ସହରରେ ୧୨ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୪୧ ଜଣ ଇନ୍ସପେକ୍ଟର ନିୟୋଜିତ ହୋଇଥିବା ବେଳେ୧୫୧ ଜଣ ଏଏସଆଇ, ୧୧୯ ଜଣ ଟ୍ରାଫିକ କନଷ୍ଟେବଳ, ୭୦ ଜଣ ଏପିଆର କନଷ୍ଟେବଳ ଓ ୨୦୭ ଜଣ ଓଏପିଏଫ କନଷ୍ଟେବଳ ନିୟୋଜିତ ହେବେ । ସିସିଟିଭି ନଜରରେ ରହିବ ସହରର ଛକ ଓ ଗଳିକନ୍ଦି ।