ରାୟଗଡ଼ାରେ ଫନିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କର ଦ୍ୱିତୀୟ ବୈଠକ

(ମନୋଜ କୁମାର ସାହୁ)ରାୟଗଡ଼ା: ଆଜି ରାୟଗଡ଼ା ଜିଲ୍ଲାରେ ଫନିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଅଧ୍ୟକ୍ଷତାରେ ଏହି ବୈଠକରେ ଜିଲ୍ଲାର ସମସ୍ତ ପଦାଧିକାରୀ ଯୋଗ ଦେଇଥିଲେ । ସମସ୍ତେ ଯେପରି ସୁରକ୍ଷିତ ରହିବେ ଓ ରନ୍ଧା ଖାଦ୍ୟ ପାଇପାରିବେ ସେ ନେଇ ଗୁରୁତ୍ୱାରୋପ କରିଥିଲେ । ସାମୁଦ୍ରିକ ବାତ୍ୟା ଫନିର ମୁକାବିଲା ପାଇଁ ପ୍ରଶାସନ ସମସ୍ତ ପ୍ରସ୍ତୁତ କରିଥିବା ରାୟଗଡ଼ା ଜିଲ୍ଲାପାଳ ପ୍ରକାଶ କହିଛନ୍ତି ।