ବିକାନେର ଏକ୍ସପ୍ରେସ ଦୁର୍ଘଟଣା: ମମତାଙ୍କ ସହ ପ୍ରଧାନମନ୍ତ୍ରୀ କଥା ହେଲେ

ଜଲପାଇଗୁଡି: ଜଲପାଇଗୁଡିରେ ବିକାନେରରୁ ଗୌହାଟୀ ଯାଉଥିବା ବିକାନେର ଯାଉଥିବା ଏକ୍ସପ୍ରେସ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି । ଆଜି ସଂଧ୍ୟା ୫ଟାରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନ ଦୁର୍ଘଟଣା ପରେ ଜଳପାଇଗୁଡି ଡିଏମଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳକୁ ୫୧ରୁ ଅଧିକ ଆମ୍ବୁଲାନ୍ସ ପଠାଇ ଦିଆଯାଇଛି ।
ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥାହୋଇଛନ୍ତି । ଏହି ଦୁର୍ଘଟଣା ସେତେବେଳେ ହୋଇଛି ଯେତେବେଳେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସମ୍ପର୍କରେ ବୈଠକରେ ବ୍ୟସ୍ତଥିଲେ । ଏହି ବୈଠକରେ ମମତା ମଧ୍ୟ ଉପସ୍ଥିତ ଥବଲେ । ବୈଠକ ମଧ୍ୟରେ ଦୁର୍ଘଟଣା ମିଳିବାରୁ ମମତା ପ୍ରଶାସନିକ ଅଧିକାରୀଙ୍କ ସହ ବିଚାରବିମଷ କରିଥିଲେ । ଅନ୍ୟପଟେ ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ମମତାଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଆଶ୍ୱାସନା ଦେଇଛନ୍ତି ।

ଦୁର୍ଘଟଣା ପରେ ଦିଲ୍ଲୀରୁ ଡିଜି ସୁରକ୍ଷା, ରେଳବାଇ କମିଶନର ପଶ୍ଚିମ ବଙ୍ଗ ବାହାରି ଯାଇଛନ୍ତି । ବିଳମ୍ବିତ ରାତିରେ ସମସ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବେ ଓ ଦୁର୍ଘଟଣା ଉପରେ ଯାଞ୍ଚ କରିବେ । ଏଥିସହ ଏନଡିଆର ଦୁଇ ଟିମ ଘଟଣାସ୍ଥଳକୁ ବାହାରି ଯାଇଛନ୍ତି । ଏହି ଦୁର୍ଘଟଣ।। ଉପରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରେଳବାଇ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।