ବାଙ୍କୀ: ଟିଉସନରୁ ଫେରୁଥିବା ବେଳେ ବାଟରେ ଜଗିଥିଲା ଯମ । ପିକଅପ ଧକ୍କାରେ ଚାଲିଗଲା ୨ସାଙ୍ଗଙ୍କ ଜୀବନ, ଜଣେ ଗୁରତର । ବାଙ୍କୀ କଟକ ରାସ୍ତା ଚକୁଳେଶ୍ୱର ଗାଁରୁ ଉକ୍ତ ଛାତ୍ର ଟିଉସନ ସାରୀ ଫେରୁଥିବା ବେଳେ ରଣଶଙ୍ଖ ନିକଟରେ ଘଟିଛି ଏହି ଦୁର୍ଘଟଣା ।ଏହି ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ଗୁୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁସାରେ ତିନିଜଣ ଛାତ୍ର ବାଙ୍କୀ ହରିରାଜ ପୁର ଗ୍ରାମର ଆଉ ଜଣଙ୍କ ଘର ବାଙ୍କୀ ଅଞ୍ଚଳର ବୋଲି ଜଣାପଡିଛି । ତିନିଜଣ ଯାକ ଗୋଟିଏ ବାଇକରେ ଏକାଠି ବସି ଘରକୁ ଫେରିଥିବା ବେଳ ରଣ ଶଙ୍ଖ ନିକଟ ଟର୍ଣ୍ଣିଂ ପଏଣ୍ଟରେ ଘଟିଛି ଘଟଣା । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ ହୋଇଥିବା ବେଳେ । ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତା ଜାମ୍ ରହିଥିଲା ।