(ରିପୋର୍ଟସ ଟୁଡ଼େ)ପାରଳାଖେମୁଣ୍ଡି: ଆଜି ଗଜପତି ଜିଲ୍ଲାର ଢେପାଗୁଡ଼ା ଜଙ୍ଗଲରୁ ଅପରାହ୍ଣରେ ୨ଟି ଲ୍ୟାଣ୍ଡମାଇନ୍କୁ ପୁଲିସ ଉଦ୍ଧାର କରିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଟିମ୍ ନିଦ୍ଧିଷ୍ଟ ଜଙ୍ଗଲରେ ପହଂଚିଥିଲା ବୋଲି ଗଜପତି ସାରା ଶର୍ମା ସୂଚନା ଦେଇଛନ୍ତି। ଉଦ୍ଧାର ହୋଇଥିବା ଲ୍ୟାଣ୍ଡମାଇନ୍ର ଓଜନ ଯଥାକ୍ରମେ ୧୫ ଓ ୩୫ କେଜି ବୋଲି ପୁଲିସ କହିଛି।
ପୁଲିସ କହିଛି, ଏହି ୨ଟି ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲେ ବଡ଼ ଧରଣର କ୍ଷୟକ୍ଷତି ଘଟିଥାନ୍ତା। ମାଓବାଦୀମାନେ ଏକ ବଡ଼ ଧରଣର ବିସ୍ଫୋରଣ କରିବା ପାଇଁ ଯୋଜନା କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।