(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପ୍ରଥମ ଥର ପାଇଁ ମହିଳା ମହାକାଶଚାରୀ ସ୍ପେସ ୱାକ କରିବେ । ଏହା ମହାକାଶ ଇତିହାସରେ ହେବ ନୂତନ ଘଟଣା । ମହାକାଶଚାରୀ କ୍ରେଷ୍ଟିନା କୋଚ ଓ କେସିକା ମୀର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ବାହାରେ ସ୍ପେସ ୱାକ କରି ଇତିହାସ ରଚିବେ । ଉଭୟ କେନ୍ଦ୍ର ବାହାରେ ଲାଗିଥିବା ସୋଲାର ପ୍ୟାନେଲରେ ଲିଥିୟମ ବ୍ୟାଟେରୀର ପରିବର୍ତ୍ତନ କରିବେ ।
ପୂର୍ବରୁ ମାର୍ଚ୍ଚରେ ହେବାକୁ ଥିବା ଏହି କାର୍ଯ୍ୟ ସ୍ପେସ ସୁଟ ଅଭାବ କାରଣରୁ ସ୍ଥଗିତ ରହିଥିଲା । ଏହି କାର୍ଯ୍ୟପାଇ ମୋଟ ୬ ଜଣ ମହାକାଶଚାରୀ ଯାଉଥିବା ବେଳେ ୨ ଜଣ ମହିଳା ମହାକାଶଚାରୀ ରହିଛନ୍ତି । ସେମାନେ ଅକ୍ଟୋବର ୧୧,୧୬, ୨୧, ୨୫ ଓ ୩୧ରେ ସ୍ପେସ ୱାକ କରିବାର ଯୋଜନା ରହିଛି ।