(ବାଲେଶ୍ଵର) : ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ତଳକିଆ ପଂଚାୟତ ଅନ୍ତର୍ଗତ ଡ଼ିମ୍ପୁରା ଗ୍ରାମର ଥିବା ଏକ ପୋଖରୀରେ ନାବାଳିକା ମୃତ ଦେହ ଉଦ୍ଧାର । ଗାଧୋଉଥିବା ସମୟରେ ଗୋଡ଼ ଖସି ଯିବାରୁ ସେ ବୁଡିଯାଇଥିବା ପ୍ରାଥମିକ ସୂଚନା ମିଳିଛି । ଏନେଇ ଲୋକେ ଔପଦା ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଖବର ପାଇ ଦମକଳ କେନ୍ଦ୍ରର କର୍ମଚାରୀ ପହଁଚି ଯୁବତୀଙ୍କୁ ଉଦ୍ଧାର କରି ଔପଦା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହର ପୋଷ୍ଟ ମୋର୍ଟମ କରିଛି।
ସୂଚନାନୁସାରେ, ଖଇରା ଥାନା ଅଧିନ ଆନ୍ଦୋଳା ଗ୍ରାମର ସନାତନ ଦାସଙ୍କ ଝିଅ ଚୁମୁକି (୧୪) କିଛିଦିନ ତଳେ ତାଙ୍କ ଭଉଣୀ ଘର ଔପଦା ଥାନା ଡିମ୍ପୁରା ଗ୍ରାମର ଖୁସି ଦାସ ଘରକୁ ବୁଲିବାକୁ ଆସିଥିଲେ । ଆଜି ଦିନ ୧୧ ଘଟିକା ସମୟରେ ସାଙ୍ଗ ମାନଙ୍କ ସହ ପାଖରେ ଥିବା ଏକ ପୋଖରୀରେ ଗାଧୋଇବା ପାଇଁ ଯାଇଥିଲେ ।